ବର୍ଷା ଙ୍କ ଙ୍କ ପ୍ରଚାର ରେ ସ୍ଥାନୀୟ ମହିଳା ଓ ଯୁବ ଗୋଷ୍ଠୀ ହେଉଛନ୍ତି ସାମିଲ

ବର୍ଷା ଙ୍କ ଙ୍କ ପ୍ରଚାର ରେ ସ୍ଥାନୀୟ ମହିଳା ଓ ଯୁବ ଗୋଷ୍ଠୀ ହେଉଛନ୍ତି ସାମିଲ —
ତା 08/05/24
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ
ପଦ୍ମପୁର ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ସେତିକି ଯୋର ଧରୁଛି । ପଦ୍ମପୁର ବିଜେଡି ବିଧାୟୀକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ବିଜୁ ଜନତା ଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପ୍ରଚାର ର ମଙ୍ଗ ନିଜେ ଧରିଥିବା ବେଳେ ବିଭିନ୍ନ ଗ୍ରାମ ଓ ପଦ୍ମପୁର ବିଜ୍ଞାପିତ ପରିଷଦ ରେ ବ୍ୟାପକ ନିର୍ବାଚନୀ ପ୍ରଚାର ଚଳାଇଛନ୍ତି ।ତେବେ ତାଙ୍କ ପ୍ରଚାର ବେଳେ ବିଭିନ୍ନ ବର୍ଗ ର ଜନ ସାଧାରଣ ସାମିଲ ହେଉଥିବା ବେଳେ ବିଶେଷ କରି ମହିଳା ଓ ଯୁବ ଗୋଷ୍ଟି ଅଧିକ ସଂଖ୍ୟା ରେ ସାମିଲ ହୋଇ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ବର୍ଷା , କୁମୁନି ବାହାଲି, ପଥୁରୀ, ପୁଢେରଖାର, ସାଲେବାହାଲି, କୁଦୋପାଲି, ଡୁଙ୍ଗୁରିପାଲି, ଜମାଲା, ଆଦି ଅଂଚଳ ରେ ଥିବା ତାଙ୍କ ସମର୍ଥକ ଙ୍କ ସହ ଗାଁ ଗାଁ ବୁଲି ଲୋକମାନଙ୍କୁ ଭେଟୁଛନ୍ତି। ଗାଁ ରେ ପ୍ରଚାର ଅଭିଯାନ କୁ ଯୋରଦାର କରିଛନ୍ତି।
ତେବେ ଏହି ପ୍ରଚାର ସମୟ ରେ ସ୍ଥାନୀୟ , ମହିଳା ଯୁବ ଗୋଷ୍ଟି ସ୍ଵତଃ ସାମିଲ ହେଉଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିତି ଆଦର୍ଶ ଓ ବିକାଶ ମୁଖୀ ଚିନ୍ତାଧାରା ରେ ସାମିଲ ହେବା ସହିତ ବର୍ଷା ଙ୍କ କାର୍ଯ୍ୟ ଶୈଳୀ ସେମାନଙ୍କୁ ଆକୃଷ୍ଟ କରୁଥିବା ଲକ୍ଷ କରାଯାଉଛି ।ଏହି ଅବସର ରେ ବିଭିନ୍ନ ଗ୍ରାମ ରେ ବିଧାୟିକା ବର୍ଷା ସିଂ ବରିହା, ପଦ୍ମପୁର ବ୍ଲକ ଅଧକ୍ଷ ରଂଜିତ ସିଂ ବରିହା,, ଜିଲ୍ଲା ପରିଷଦ ପୁର୍ଣିମା ରଣା, ରାମ ନାଗ, ମନୋରଞ୍ଜନ ପୁରୋହିତ ପ୍ରମୁଖ ଙ୍କ ସମେତ ବହୁ ଯୁବ ଗୋଷ୍ଟି ବିଧାୟିକା ବର୍ଷା ସିଂ ବରିହା ଙ୍କ ପ୍ରଚାର ରେ ସାମିଲ ହୋଇ ଆଗାମୀ ନିର୍ବାଚନ ରେ ରାଜ୍ୟ ର ଡବଲ ବିକାଶ ପାଇଁ ଡବଲ ଶଙ୍ଖ ରେ ଆଶୀର୍ବାଦ ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରୁଥିବା ଦେଖାଯାଉଛି। ବରଗଡଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l


