ଓଡିଶା ଖବର

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଗୋଦାମରେ ଗତ ଶନିବାର ପୂର୍ବାହ୍ନରେ ନିଆଁ ଲାଗିଥିବା ଜଣା ଯାଇଛି।

(AKN NEWS): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଗୋଦାମରେ ଗତ ଶନିବାର ପୂର୍ବାହ୍ନରେ ନିଆଁ ଲାଗିଥିବା ଜଣା ଯାଇଛି। ଏନେଇ ଖବର ପାଇ ଅଗ୍ନି ସମ ବିଭାଗ ଖବର ପାଇ ନିଆଁ କୁ ଆୟତ୍ତ କରିଥିବା ଜଣାଯାଇଥିଲା, ବେଳେ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣରୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ବଞ୍ଚିଯାଇଛି। ସୁଚନାନୁଯାୟୀ, ଖପ୍ରାଖୋଲ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଔଷଧ ଗୋଦାମ ଇନଚାର୍ଜ୍ ଫାର୍ମାସିଷ୍ଟ ମନୋରଞ୍ଜନ ସାହୁ ଗୋଦାମ ଭିତରୁ ଧୂଆଁ ଗନ୍ଧ ହେଉଥିବା ଜାଣି ଗୋଦାମ ଖୋଲି ଅନ୍ୟ କର୍ମଚାରୀଙ୍କ ସହାୟତାରେ ଓଷଧ ଅଲଗା କରିବା ସହ ଲାଇନ୍ କାଟି ଦେଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଯାହା ଫଳରେ ଏକ ବଡଧରଣର ଅଘଟଣ ରୁ ଔଷଧ ଗୋଦାମ ବଞ୍ଚିଯାଇଥିଲା। ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼ଃ.ସୁରଜ୍ ଦୀପ ଙ୍କୁ ପଚାରିବାରୁ ଇଲେକ୍ଟ୍ରି ସଟ ସର୍କିଟ ଯୋଗୁଁ ଗୋଦାମ ବାହାର ରୁମ୍ ରେ ନିଆଁ ଲାଗିଥିଲା, ଅଳ୍ପ କଛି ମେଡିସିନ ପୋଡିଛି, ଗୋଦାମ ଇନଚାର୍ଜ ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏଵଂ ଅଗ୍ନିଶମ ବିଭାଗ ର ସହଯୋଗ କ୍ରମେ ଏକ ବଡଧରଣ ଅଘଟଣ ଟଳି ଯାଇଛି ବୋଳି କହିଛନ୍ତି।

ବଲାଙ୍ଗିର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!