ଓଡିଶା ଖବର

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ୧୪ ନଂ ଜୋନ ଲରମ୍ଭା ଖେଲ ପଡ଼ିଆଠାରେ ସମାଜସେବୀ, ଯୁବ ନେତା, ଗରିବଙ୍କ ସାଥି ବଲରାମ ବଗର୍ତ୍ତିଙ୍କ ବନ୍ଧୁ ମିଲନ ଅନୁଷ୍ଠିତ ହୋଇଯାଇଛି

(AKN NEWS): ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ୧୪ ନଂ ଜୋନ ଲରମ୍ଭା ଖେଲ ପଡ଼ିଆଠାରେ ସମାଜସେବୀ, ଯୁବ ନେତା, ଗରିବଙ୍କ ସାଥି ବଲରାମ ବଗର୍ତ୍ତିଙ୍କ ବନ୍ଧୁ ମିଲନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୫ ହଜାରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସଭାରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ତଥା ଦାଦନ, ଶିକ୍ଷା , ସ୍ବାସ୍ଥ୍ୟ,ବେକାରୀ,ବିରୋଜଗାର ଓ ସିଲ୍ପ ବିହିନ ଏହି ସମସ୍ୟା ଗୁଡିକ ସୁଧାରିବା ପାଇଁ ଶ୍ରୀ ବଗର୍ତ୍ତି ଏହି ସଭାରେ ଉପସ୍ଥିତ ଥିବା ମହିଳା ଓ ପୁରୁଷ ଙ୍କୁ ଉଦବୋଧନ ଦେଇଥିଲେ । ମୋ ଉପରେ ଯଦି ଆପଣମାନଙ୍କର ଆଶିର୍ବାଦ ରହେ ଆଗାମୀ ଦିନରେ ପାଟଣାଗଡ ଅଞ୍ଚଲରେ ଧଲାସୁନା କହୁଥିବା କପା ଅଧିକ ଉତ୍ପାଦନ ହେଉଥିବାରୁ ତେଣୁ ଏହି ଅଞ୍ଚଳରେ ଏକ ସୁତା କାରଖାନ ନିର୍ମାଣ କରିବାପାଇଁ ସରକାରଙ୍କ ଠାରେ ଉପସ୍ଥାପନ କରିବା ସହ ଏହି ଅଞ୍ଚଳର ଗରିବ,ଖଟିଖିଆ ଲୋକ ଯଦି ଯେକୋୖଣସି ବିପଦରେ ପଡିଲେ ମୋ ସହ ଯୋଗାଯୋଗ କଲେ ମୋ ଦ୍ବାରା ସବୁ ପ୍ରକାର ସାହାଯ୍ୟ କରିବି ବୋଲି ଶ୍ରୀ ବଗର୍ତ୍ତି କହିଥିଲେ

ବଲାଙ୍ଗିର ଜିଲ୍ଲା କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!