ଓଡିଶା ଖବର

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ରେ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଏକ ମହିଳା ସମାବେଶ ଅନୁଷ୍ଠିତ

ପାଟଣାଗଡ (AKN NEWS): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ରେ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି. ଏଇ ସମାବେଶ ରେ ମୁଖ୍ୟ ଅତିଥି ରୂପେ ସଂଘ ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଛା ଯୋଗଦେଇଥିବା ବେଳେ ଆଲୋକ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ. ଗତ 11ତାରିଖ ରେଢ଼ାଖୋଲ ଚାରମାଳ ଠାରେ ହୋଇଥିବା ସମାବେଶ ରେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ କର୍ମଚାରୀ ମାନଙ୍କ ସୁବିଧା ପାଇଁ 200କୋଟି ର ପ୍ୟାକେଜ ଘୋଷଣା କରିଥିବାରୁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଥିଲା. କେନ୍ଦ୍ର ସରକାର ଜିଏସଟି ଛାଡ଼ ନ କରିବା ଘଟଣା କୁ ବକ୍ତବ୍ୟ ରେ ଶ୍ରୀ ପରିଛା ନିନ୍ଦା କରିଥିଲେ. ଆଗାମୀ ନିର୍ବାଚନ ରେ ସେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ରୁ ବିଜେଡି ରୁ ବିଧାୟକ ପାଇଁ ଆଶାୟୀ ପ୍ରାର୍ଥୀ ଥିବାରୁ ମହିଳା ସହ ଉପସ୍ଥିତ ଲୋକଙ୍କୁ ସହଯୋଗ କାମନା କରିଥିଲେ. ପ୍ରାୟ 3000ମହିଳା ଓ ପୁରୁଷ ଏ ସମାବେଶ ରେ ଉପସ୍ଥିତ ଥିଲେ. ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ମକାରୁ ପଣ୍ଡା, ଦେବରାଜ ପୁଟେଲ, ଜଗଦୀଶ ବଂଚୋର, ବାଲକୃଷ୍ଣ ପାଣିଗ୍ରାହୀ, ସୁରେଶ କାଠାର, ପରମେଶ୍ୱର ଶୁନା ଆଦି ଉପସ୍ଥିତ ଥିଲେ ଲଳିତ ପଧାନ ସଭା ପରିଚାଳନା କରିଥିଲେ.

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!