ଓଡିଶା ଖବର

ବଲାଙ୍ଗୀର ପାରିବାରିକ କଳହର କରୁଣ ପରିଣତି। ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ନିଜ ଖୁଡ଼ିକୁ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କଳା ପୁତୁରା।

(AKN NEWS): ବଲାଙ୍ଗୀର ପାରିବାରିକ କଳହର କରୁଣ ପରିଣତି। ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ନିଜ ଖୁଡ଼ିକୁ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କଳା ପୁତୁରା।

ଏଭଳି ହତ୍ୟାକାଣ୍ଡର ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କୁତୁମୁଣ୍ଡା ଗ୍ରାମରୁ। ଅଭିଯୋଗ ଅନୁସାରେ ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମର ଦଖନ ଧରୁଆ ଓ ଉତ୍ତରା ଧରୁଆ ଙ୍କ ପୁଅ ଝିଅ ନଥିବାରୁ ତାଙ୍କ ପୁତୁରା ଚିତ୍ର ଧରୁଆ କୁ ସେମାନେ ପୌଷ୍ୟପୁତ୍ର କରି ରଖିଥିଲେ l ପୁଅ ଠୁଁ ବଳିକି ଦେଇଥିଲେ ସ୍ନେହ । ହେଲେ ପୁଅ ବଡ଼ ହେବା ପରେ ତାର ମାଆ ଭଳି ଖୁଡି ସହ ତାର କଳା ଲାଗି ରହିଥିଲା। ଏବଂ ଏହି କଳହ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନ ମଧ୍ୟ ହୋଇଥିଲା। ହେଲେ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଉତ୍ତରା ଧରୁଆ ଓ ତାଙ୍କ ସ୍ୱାମୀ ଶୋଇଥିବା ବେଳେ ଏକ ଟାଙ୍ଗିଆ ରେ ଚିତ୍ର ଧରୁଆ ଅତର୍କିତ ଭାବରେ ତାର ଖୁଡି ଉତ୍ତରା ଧାରୁଆଙ୍କୁ ହାଣି ଦେଇଥିଲା। ସେପଟେ ଏଥିରେ ଉତ୍ତରା ଧାରୁଆ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ପୁତୁରା ଚିତ୍ର ଧରୁଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ତେବେ ଏହାର ଖବର ପାଟଣାଗଡ଼ ପୋଲିସ ପାଇବା ପରେ ପୋଲିସ୍ ଓ ସାଇନ୍ତିଫିକ ଟିମ୍ ଘଟଣା ସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଅଭିଯୁକ୍ତ ଚିତ୍ର ଧରୁଆକୁ ପୋଲିସ୍ ଧରିବାରେ ସଫଳ ହୋଇଥିବା ବେଳେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

ସେପଟେ ମୃତକଙ୍କ ସ୍ଵାମୀ ଦଖନ୍ ଧରୁଆ କହିଛନ୍ତି ଯେ ସେମାନେ ପୁଅ କରିଥିବା ଚିତ୍ର ଧରୁଆ ସହିତ ତାଙ୍କ ସ୍ତ୍ରୀ ଙ୍କ କଳହ ହୋଇଥିଲା। ଯାହାର ସମାଧାନ ମଧ୍ୟ ହୋଇଥିଲା। ହେଲେ ସେ କଣ ତା ମନରେ ରଖିଥିଲା ଯେ ଆଜି ସେମାନେ ଶୋଇ ଥିବା ବେଳେ ହଠାତ୍ ଆସି ତାଙ୍କ ସ୍ତ୍ରୀଙ୍କୁ ସେ ଟାଙ୍ଗିଆରେ ହାଣି ଦେଇଥିଲା। ଏବଂ ସେ ତାଙ୍କୁ ଦେଖିବା ବେଳେ ସେଠୁ ସେ ଦୌଡ଼ି ଫେରାର ମାରିଥିଲା ବୋଲି ସେ କହିଛନ୍ତି। ସେହିପରି ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଏବଂ ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟା କାଣ୍ଡ ଘଟିଥିବା ର ଗ୍ରାମବାସୀ କେଶବ ମେହେର କହିଛନ୍ତି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!