ଓଡିଶା ଖବର

ବସ୍‌ଙ୍କ ପୋଲ୍ ଖୋଲିଯିବାରୁ କୁକୁର ଛାଡିଦେଲେ ରଘୁନନ୍ଦନ ଦାସ ।

ବସ୍‌ଙ୍କ ପୋଲ୍ ଖୋଲିଯିବାରୁ କୁକୁର ଛାଡିଦେଲେ ରଘୁନନ୍ଦନ ଦାସ । ଅର୍ଗସ ମହିଳା ରିପୋର୍ଟଙ୍କର ଉପରକୁ କୁକୁର ଛାଡିଲେ ବିଜେଡିର ପୂର୍ବତନ ବିଧାୟକ । ଅର୍ଗସ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ଉପରେ ରଘୁନନ୍ଦନ ଓ ତାଙ୍କ ଲୋକ କଲେ ଆକ୍ରମଣ । ଗର୍ବ ଓ ଦମ୍ଭର ସହ ରଘୁନନ୍ଦନ କହିଲେ, ହଁ ମୁଁ କୁକୁର ଛାଡିଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା କଥା କହୁଥିବା ବିଜୁ ଜନତା ଦଳର ଇଏ କି ଆଚରଣ । ଜଣେ ମହିଳା ସାମ୍ବାଦିକାଙ୍କ ଉପରେ କୁକୁର ଛାଡିବା କେଉଁ ପ୍ରକାର ନମ୍ରତା । ଦଳର ମୁଖିଆ ଦେଖୁଛନ୍ତି ନା ନାହିଁ, ରଘୁନନ୍ଦନଙ୍କ ବିରୋଧରେ ଦଳ ନେବ ତ ଆକସନ୍ ?

ପଦାରେ ପଡିଲା ବିଜେଡି ମୁଖିଆଙ୍କ ମିଛ ମାକୁ ସମ୍ମାନର ସ୍ଲୋଗାନ୍। ଗୁଣ୍ଡାଗର୍ଦ୍ଦିର ସବୁ ସୀମା ଟପିଗଲେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ । ମଙ୍ଗଳବାର ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନର ଗୁମର ଖୋଲିଥିଲା ଅର୍ଗସ୍ । ଏଇ ସମୟରେ ଅର୍ଗସ ରିପୋର୍ଟର ଚିନ୍ମୟୀ ସାହୁ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ଉମେଶ ଓ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଭିଜୁଆଲ ନେବାପାଇଁ ବବିଙ୍କ ପାଖ ଘର ରଘୁନନ୍ଦନଙ୍କ ଘର ଭିତରକୁ ଯାଇଥିଲେ। ତାଙ୍କ ସୁରକ୍ଷାକର୍ମୀ ଏନେଇ ଅନୁମତି ବି ଦେଇଥିଲେ । ହେଲେ ବବିଙ୍କ ପୋଲ ଖୋଲିଯାଇଥିବାରୁ ଉତ୍ତେଜିତ ହୋଇଯାଇଥିଲେ ରଘୁନନ୍ଦନ ଦାସ ।

ମହିଳା ସାମ୍ବାଦିକା ଚିନ୍ମୟୀ ତାଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଦୁଇ କୁକୁର ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ ରଘୁନନ୍ଦନ। ଦୁଇ କୁକୁର ଦୌଡି ଆସିଥିଲେ ଚିନ୍ନୟୀଙ୍କ ଆଡ଼କୁ । ଖାଲି ସେତିକି ନୁହେଁ, ଚିନ୍ନୟୀଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଭିଡିଓ ଜର୍ଣାଲିଷ୍ଟ ଉମେଶ । ତାଙ୍କୁ ଟଣାଓଟରା କରିବା ସହ ରଘୁନନ୍ଦନ ମାଡ ମାରିଥିଲେ। ତାଙ୍କ ସାର୍ଟ ବି ଚିରିଦେଇଥିଲେ। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା କଥା କହୁଥିବା ବିଜୁ ଜନତା ଦଳର ଇଏ କି ଆଚରଣ, ଜଣେ ମହିଳା ସାମ୍ବାଦିକାଙ୍କ ଉପରେ କୁକୁର ଛାଡିବା କେଉଁ ପ୍ରକାର ନମ୍ରତା, ଦଳର ମୁଖିଆ ଦେଖୁଛନ୍ତି ନା ନାହିଁ, ରଘୁନନ୍ଦନଙ୍କ ବିରୋଧରେ ଦଳ ନେବ ତ ଆକସନ୍ ?

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!