ଓଡିଶା ଖବର

ବାନେର-ଲଡୁଗାଁ PWD ରାସ୍ତା ମରାମତି ଦାବିରେ ଆମରଣ ଅନଶନ, ତିନି ଯୁବକଙ୍କ ଉଦ୍ୟମ ପ୍ରଶାସନ ପାଇଁ ପ୍ରଶ୍ନଚିହ୍ନ

କଳାହାଣ୍ଡି ଜିଲ୍ଲା(AKN NEWS):ଜୟପାଟଣା ବ୍ଲକର ବାନେର ପଞ୍ଚାୟତ ଅନ୍ତର୍ଗତ ବାନେର ଗ୍ରାମରେ ବିକାଶ ର ଆଶାରେ ଅନ୍ଧାର। ବାନେର ଠାରୁ ଲଡୁଗାଁକୁ ଯିବା PWD ରାସ୍ତା ବର୍ଷନ ଓ ଅବହେଳା ଫଳରେ ଅତ୍ୟନ୍ତ ଅବସ୍ଥାରେ ପହଞ୍ଚିଛି। ଏହି ଦୁରବସ୍ଥାରେ ଏକ ପ୍ରତିକ୍ରିୟା ରୂପେ ବାନେର ଗ୍ରାମର ତିନି ଯୁବକ ଚିନ୍ତାମଣି କୁମାର, ବିଘ୍ନରାଜ ପଣ୍ଡା ଓ ଅନନ୍ତ ପଟ୍ଟନାୟକରାସ୍ତା ମରାମତି ଦାବିରେ ଆମରଣ ଅନଶନରେ ବସିଛନ୍ତି।ଏହି ଯୁବକଙ୍କ କହିବା ଅନୁଯାଇ ବର୍ଷ ପରେ ବର୍ଷ ଦାବି ସତ୍ତ୍ୱେ ପ୍ରଶାସନ ଚିରନିଦ୍ରାରେ। ଗ୍ରାମବାସୀଙ୍କୁ ସ୍କୁଲ, ହସ୍ପିଟାଲ, ବଜାର ଓ ବ୍ଲକ ଅଫିସ ପାଇଁ ଯିବାକୁ ଅସହ୍ୟ ଦୁଃଖଭୋଗ କରିବାକୁ ପଡୁଛି। ବର୍ଷା ରୁତୁରେ ତେବେ ଏହି ରାସ୍ତା ସ୍ଥାନୀୟ ଗ୍ରାମବାସୀମାନେ ଏହି ଦୃଢ଼ ପଦକ୍ଷେପକୁ ସମର୍ଥନ କରିଛନ୍ତି। ଅନଶନ କ୍ଷେତ୍ରରେ ଦିନକୁ ଦିନ ଭିଡ଼ ବଢ଼ୁଛି। ସମ୍ବିଧାନ ଅନୁଯାୟୀ ସାଧାରଣ ନାଗରିକଙ୍କ ମୂଳଭୂତ ଅଧିକାର ପାଇଁ ଏହି ରୂପରେ ଆନ୍ଦୋଳନ ଆଶା ଓ ଆହ୍ବାନ ଦେଉଛି ଯେ, ଯଥାସୀଘ୍ର ପ୍ରଶାସନ ଜଗି ଉଠୁ ଅଭିଯୋଗକୁ ଗମ୍ଭୀରତାରେ ନିଅନ୍ତୁ।ଅନଶନ କାରୀ ଯୁବକମାନେ ସ୍ୱାସ୍ଥ୍ୟ ଅବସ୍ଥା ତୀବ୍ର ଭାବେ କ୍ଷୀଣ ହେଉଛନ୍ତି, କିନ୍ତୁ ସେମାନେ କହିଛନ୍ତି ରାସ୍ତା ମରାମତି ନ ହେବା ଯାଏଁ ଆମର ଆନ୍ଦୋଳନ ଜାରି ରହିବ।ବିକାଶ ଆଶା କରୁଥିବା ଗ୍ରାମ ଏକ ରାସ୍ତା ପାଇଁ ଯେଉଁପରି ଦୃଢ଼ ଲଢ଼େଇ ଚଲାଇଛି, ତାହା ପ୍ରଶାସନ ପାଇଁ ଏକ ସ୍ପଷ୍ଟ ସନ୍ଦେଶ ମୂଳଭୂତ ଆବଶ୍ୟକତାରେ ଅଣଦେଖା ନ ହେଉ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧର ବିହାରୀ ଙ୍କ  ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!