ଓଡିଶା ଖବର

ବାଲିଗୁଡାରେ ବନ୍ଦର ପ୍ରଭାବ : ଜାତୀୟ ରାଜପଥ ଅବରୋଧ, ଯାନବାହାନ ଠପ : ଦୋକାନ ବଜାର ବନ୍ଦ

କନ୍ଧମାଳ, (AKN NEWS): ବାଲେଶ୍ବର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ବନ୍ଦ ଡାକରା କ୍ରମେ ବାଲିଗୁଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି। ସକାଳ ୬ଟାରୁ କଂଗ୍ରେସ କର୍ମୀ ମାନେ ଟାଉନ ର ବିଭିନ୍ନ ଛକରେ ବ୍ୟାନର ଲଗାଇ ରାସ୍ତା ଅବରୋଧ କରିବା ସହ ଏକ ବିରାଟ ଶୋଭାଯାତ୍ରା କରି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ଶୋକ ସଭା ର ଆୟୋଜନ କରାଯାଇଥିଲା l ପ୍ରଥମେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟା ର୍ପଣ କରିବା ପରେ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l କଂଗ୍ରେସ ର ଏହି ବନ୍ଦ ପାଳନ ଯୋଗୁଁ ବାଲିଗୁଡା ସମେତ ଆଖ ପାଖ ଅଞ୍ଚଳ ର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ସ୍କୁଲ କଲେଜକୁ ମଧ୍ୟ ଛୁଟି ଘୋଷଣା କରାଯାଇଥିଲା। ଆନ୍ଦୋଳନକାରୀ କଂଗ୍ରେସ କର୍ମୀ ମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଡ଼.ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ବଳରାମ ଦୋରା, ମନୋଜ କୁମାର ଆଚାର୍ଯ୍ୟ ସ୍ଵପ୍ନେଶ୍ଵର ସାହୁ ବିଜେଶ୍ୱର ମଲିକ, ଆଇବର ନାୟକ, ସାଗର ନାୟକ, ଅଶୋକ ସାବତ,ପ୍ରମୁଖ ତୁଙ୍ଗ ନେତାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରି ବିଭିନ୍ନ ଛକରେ ଧାରଣା ଦେବା ସହ ଯାନବାହାନ ଚଳାଚଳ ଠପ କରିଦେଇଥିଲେ । କଂଗ୍ରେସ କର୍ମୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ ସହ ବନ୍ଦ କରିଦେଇଥିଲେ । ଦଳ ପକ୍ଷରୁ ବୁଧବାର ଠାରୁ ଡାକ ବାଜି ଯନ୍ତ୍ର ଯୋଗେ ସହରରେ ବନ୍ଦ ଘୋଷଣା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଗାଡ଼ିମଟର ବନ୍ଦ ସହ କେତେକ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ସ୍ୱତଃପୂର୍ତ୍ତ ଭାବେ ବନ୍ଦ ରହିଥିଲା ।କଂଗ୍ରେସ କର୍ମୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଛକ ବଜାର ଜଗି ରହି ବନ୍ଦ ଡାକରାକୁ ସଫଳ କରାଇଥିଲେ। ଜରୁରୀକାଳୀନ ସ୍ଵାସ୍ଥ୍ୟ ସେବା କାର୍ଯ୍ୟରେ ଲୋକେ ଯିବା ଆସିବା କରୁଥିବା ଦେଖାଯାଇଥିଲା। ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!