ବିକଳ୍ପ ର ମହା ବିଷୁବ ମିଳନ

ବ୍ରହ୍ମପୁର (AKN NEWS): ତା ୧୪/୪ ବ୍ରହ୍ମପୁର ରୁ ନିୟମିତ ପ୍ରକାଶ ପାଉଥିବା ନିରପେକ୍ଷ ସମ୍ବାଦ ପତ୍ର ” ବିକଳ୍ପ” ତରଫରୁ ତ୍ରୟୋଦଶ ତମ ବିଷୁବ ମିଳନ ଓ ସମ୍ବର୍ଦ୍ଧନା ସମାରହୋ ଖୁବ୍ ଉଛାହ ଉଦ୍ଦୀପନା ରେ ପାଳିତ ହୋଇଯାଇଛି। ସ୍ଥାନୀୟ କମାପଲ୍ଲୀ ବଡ଼ ସାହି ସ୍ଥିତ ବିକଳ୍ପ ଭବନ ଠାରେ ମହା ବିଷୁବ ମିଳନ ଅନୁଷ୍ଠିତ ହେବା ସହ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ରେ ଡ଼ଃ ଲକ୍ଷ୍ମୀ ନାରାୟଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କବୟିତ୍ରୀ ସୁନନ୍ଦା ପାଢ଼ୀ, ପଦ୍ମିନୀ ମିଶ୍ର, ସୁଚରିତା ପାଣିଗ୍ରାହୀ ପ୍ରମୁଖ ସଂଯୋଜନା କରିଥିଲେ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ନ୍ୟାୟଧିଶ ଶ୍ରୀଯୁକ୍ତ ହର ପ୍ରସାଦ ଦାସ ( ଜ୍ଞାନପୀଠ ପୁରସ୍କାର ପ୍ରାକ୍ତ ) ଯୋଗ ଦେଇ ସମ୍ମିଳନୀ କୁ ଉଦଘାଟନ କରିଥିଲେ। ଅଙ୍କୁଲି ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦୈନିକଆଶା ର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ବିବିଧ ସମ୍ବାଦ ର ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ ଚୌଧୁରୀ , ବରିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଆଦ୍ଵିତ୍ୟ ନାରାୟଣ ରଥ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ର ଜଣାଶୁଣା ପ୍ରେରଣାଦାୟୀ ବକ୍ତା ଶ୍ରୀମତୀ ସରୋଜିନୀ ରଥ ( ଜଗତସିଂହପୁର ) ଓ ସମ୍ମାନିତ ବକ୍ତା ଭାବେ ସୁବକ୍ତା ଶ୍ରୀଯୁକ୍ତ ସରୋଜ କାନ୍ତ ରଥ, ରାମକୃଷ୍ଣ ପଟ୍ଟନାୟକ ମାନବାଧିକାର କମିଶନ ର ରାଜ୍ୟ ସଭାପତି ଓ ନମିତା ରାଣୀ ରାଉତ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ର ଐତିହ୍ୟ, ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ବିଷୟରେ ବହୁ ଗୁରୁତ୍ଵ ପୁର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଓ ବକ୍ତା ନିଜ ନିଜର ବକ୍ତବ୍ୟ ରେ ମତ ରଖି କହିଥିଲେ ଯେ ଓଡ଼ିଆ ଭାଷା ର ଐତିହ୍ୟ ର ବିକଳ୍ପ ନାହିଁ। ତାହାକୁ ବଜାୟ ରଖିବାକୁ ହେଲେ ସରକାରଙ୍କ ଉଦ୍ୟମ ସହ” ବିକଳ୍ପ ” ଖବର କାଗଜ ଭଳି ସଂସ୍ଥା ଏପରି ସଭା ସମିତି କରି ଜନ ମାନସ ରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ।
ଦ୍ଵିତୀୟ ଅଧିବେଶନ ବିକଳ୍ପ ର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ଜୟରାମ ମହାରଣା ଙ୍କ ତତ୍ୱାବଧାନ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମତୀ ସୌଦାମିନୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ର ବଛା ବଛା ବହୁ ସାହିତ୍ୟିକ ,ସାମ୍ବାଦିକ, ଶିକ୍ଷକ ଓ ବୁଦ୍ଧିଯିବି ଙ୍କୁ ମାନପତ୍ର, ଉପଢୌକନ, ସ୍ଵର୍ଣ୍ଣପଦକ ଓ ପାଞ୍ଚ ହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶ୍ରୀମତୀ ସରୋଜିନୀ ରଥ, ସୌଦାମିନୀ ମିଶ୍ର,ଇଶ୍ଵରୀ ରାଉତ, ରାମକୃଷ୍ଣ ପଟ୍ଟନାୟକ , ଶୁଭେନ୍ଦୁ କୁମାର ଦାସ, ସୁନନ୍ଦା ପାଢ଼ୀ, ଶିକ୍ଷୟତ୍ରୀ ରମିଲା ଦାସ, ରଘୁରାମ ସାହୁ, ଙ୍କ ସମେତ ସମସ୍ତ ସଂଯୋଜିକା ଙ୍କୁ ସମ୍ମାନିତ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ନରେନ୍ଦ୍ର ମହାପାତ୍ର ( କଟକ ), ସୌଦାମିନୀ ମିଶ୍ର, ସୁନନ୍ଦା ପାଢ଼ୀ, ପଦ୍ମିନୀ ମିଶ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, କିଶୋର ଚନ୍ଦ୍ର ପାଢ଼ୀ, କାଳୀ ଦାସ, ଭେଙ୍କଟ ବିହାରୀ ପ୍ରହରାଜ, ଭଗଵାନ ପାଣିଗ୍ରାହୀ, ଶିଶିର କୁମାର ସାବତ, ରମେଶ କୁମାର ସାହୁ, ସାବିତ୍ରୀ ବେବର୍ତ୍ତା,ସନ୍ତ୍ତୋଷିନି ମହାରଣା, ଚୂଡ଼ାମଣି ବେହେରା, ଅନିଲ କୁମାର ଚୌଧୁରୀ, ପ୍ରହଲ୍ଲାଦ ଡାକୁଆ, ମନୋରଞ୍ଜନ ପାଣିଗ୍ରାହୀ, ଟି ସତିଶ ପାତ୍ର,ତପନ କୁମାର ଗୌଡ, ରଘୁରାମ ସାହୁ ,ଦେବେନ୍ଦ୍ର ଚୌଧୁରୀ ପ୍ରମୁଖ ୪୨ ରୁ ଉର୍ଦ୍ଧ କବି ଓ କବୟିତ୍ରୀ କବିତା ପାଠ କରିଥିବା ବେଳେ ବହୁ ସଂଖ୍ୟକ ସମାଜସେବୀ ଓ ବୁଦ୍ଧିଯିବି ଯୋଗ ଦେଇ ବିକଳ୍ପ ର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ପରିଶେଷରେ ସୁବକ୍ତା ଶ୍ରୀଯୁକ୍ତ ସରୋଜ କାନ୍ତ ରଥ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


