ବିକଶିତ ଭାରତ ବିକଶିତ ଓଡ଼ିଶା ର ସଂକଳ୍ପ ସଭା

(AKN NEWS):ବିକଶିତ ଭାରତର ଅମୃତ ମୁହୁର୍ତ୍ତରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ କେନ୍ଦ୍ର ସରକାରଙ୍କ ୧୧ ବର୍ଷ, ରାଜ୍ୟ ସରକାରଙ୍କ ୧ ବର୍ଷ ସଫଳତାର ପୂର୍ତ୍ତି ଉପଲକ୍ଷେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ମଣ୍ଡଳର ଗୋଲାମୁଣ୍ଡା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ “ବିକଶିତ ଭାରତ ବିକଶିତ ଓଡ଼ିଶାର ଓଡିଶା ” ସଂକଳ୍ପ ସଭାରେ ବିଗତ ଏକ ବର୍ଷ ମଧ୍ୟରେ ଲୋକଙ୍କ କଲ୍ଯାଣ ପାଇଁ ନିଆଯାଇଥିବା ଅନେକ ଐତିହାସିକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଲେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ,ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୧ ବର୍ଷର ସେବା, ସମର୍ପଣ ଏବଂ ଗରିବ କଲ୍ଯାଣର ଏ ସଫଳ ଯାତ୍ରାରେ ରାଜ୍ୟ ପ୍ରଗତିର ନୂତନ ଶିଖରରେ ପହଞ୍ଚିପାରିଛି।
ଏହି ସଭାରେ ଗୋଲାମୁଣ୍ଡା ବ୍ଳକ ଅଧକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ପୂର୍ବତନ ଜିଲ୍ଲା ପରିଷଦ ବୃଷଭ ନାଏକ , ବରିଷ୍ଠ କାର୍ଯ୍ୟକର୍ତା ପ୍ରସନ୍ନ ରାଉତ, କୃଷ୍ଣ ଚନ୍ଦ୍ର ମୁଣ୍ଡ, ସେନାପତି ମଲ୍ଲିକ, ସମାଜ ସେବୀ ଭାରତୀୟ ଜନତା ପାର୍ଟି ଉପସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗଙ୍ଗା ବିଷ୍ଣୁ ମୁଣ୍ଡ,ମଣ୍ଡଳ ପ୍ରତିନିଧି ପ୍ରଦୀପ ପଣ୍ଡା, ଉଦେଶ୍ରୁଙ୍ଗ ସରପଞ୍ଚ ନାରାୟଣ ଅଗ୍ରିଆ, ଯୁବମୋର୍ଚା ସଭାପତି ସୋମ୍ୟ ରଞ୍ଜନ ପଣ୍ଡା, ଜିଲ୍ଲା ଯୁବମୋର୍ଚା କାର୍ଯ୍ୟକର୍ତ୍ତା ସମୀର ସାହୁ, ଯୁବମୋର୍ଚା ମଣ୍ଡଳ ସାଧାରଣ ସମ୍ପାଦକ ହୁତେଶ ମଶ୍ରା ମଳୟ ରାଉତ ସମେତ ମଣ୍ଡଳର ପ୍ରମୁଖ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ।
dhramgarh upa khanda ru shyam sundar agrawal AKN NEWS


