ଓଡିଶା ଖବର

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ନୂଆଖାଇ ଭେଟଘାଟ

ଜୁନାଗଡ଼ (AKN NEWS): ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନୂଆଖାଇ ଭେଟଘାଟ ସମାରୋହ ଡିଗ୍ରୀ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରଥମେ ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ ଅଧ୍ଯକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ଅଧ୍ୟକ୍ଷ ଡ଼ି.ନାଗେଶ୍ଵର ରାଓ,କଳାହାଣ୍ଡି ଘୁମୁରା ଗୁରୁ ମାର୍କଣ୍ଡ ନାୟକ,ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର ବିଶି,ରାଜେଶ ମହାପାତ୍ର,ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଉପସ୍ଥିତ ଥିଲେ ଏବଂ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି. ରାମ କୁମାର,ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି.ଶ୍ୟାମ,ବିକାଶ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟା ଡ଼ି. ପଦ୍ମିନୀ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ । ପ୍ରଥମେ ଅତିଥ୍‌ ବୃନ୍ଦ କଳାହାଣ୍ଡି ମାଟି ଇଷ୍ଟ ଦେବୀ ମା ମାଣିକେଶ୍ଵରୀଙ୍କ ପୂଜନ କରିଥିଲେ।

ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନାଙ୍କ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିଥ୍ ବୃନ୍ଦ ନୂଆଖାଇର ବୈଶିଷ୍ଟତା ଉପରେ ଆଲୋଚନା କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ,ସମ୍ବଲପୁରୀ ବଜା ନାଚ,ଷ୍ଟାଣ୍ଡଅପ୍ କମେଡି ପରିବେଷଣ କରାହୋଇଥିଲା ।ଏଥିରେ ନୁଆଖାଇ ପର୍ବ କିପରି ଭାବେ ଆମ୍ଭକୁ ଏକାଠି କରିଥାଏ, ଗୋଟିଏ ମହାମିଳନର ପର୍ବ, ଭାଇ ଚାରାର ପର୍ବ, ଏକତାର ମହାପର୍ବ ବୋଲି ଘୁମୁରା ଗୁରୁ ମାର୍କଣ୍ଡ ନାୟକ କହିଥିଲେ ଓ ଅନ୍ୟାନ୍ୟ ବକ୍ତା ମାନେ ସୁନ୍ଦର ଅଭିଭାଷଣ ରଖୁଥିଲେ। ଏହି ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପାରିଥିଲା। ପ୍ରଥମ କରି ଏପରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନରେ ଛାତ୍ରଛାତ୍ରୀ ମାନେ ବହୁତ ଆନନ୍ଦ ଅନୁଭବ କରିଥିଲେ। ଏଥି ସହିତ ଅନୁଷ୍ଠାନର ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ,ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା କେ.ଜୟଶ୍ରୀ ଏବଂ ଡିଗ୍ରୀ ମହାବିଦ୍ୟାଳୟର ଷ୍ଟାଫ ଲିପିକା ନାଏକ,ଆୟୁଶି ଭୋଇ,ଶେଫାଳୀ ଯୋଶୀ,ମନଥନ୍ ସାହୁ,ରାମ ଚନ୍ଦ୍ର ସାହୁ,ସଂକଳ୍ପ ସାଗର ତାଣ୍ଡି, ସ୍ମରଣ ପାତ୍ର ପ୍ରମୁଖଙ୍କ ତତ୍ତ୍ବାବଧନରେ କଲେଜର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଜାତୀୟ ସଂଗୀତ ଗାନ କରି ଏବଂ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାହୋଇଥିଲା।ଏହାପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!