ଓଡିଶା ଖବର
ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେପି ଛାଡି ବିଜେଡି ରେ ମିଶିଲେ ବିଭିନ ପଂଚାୟତ ର ବରିଷ୍ଠ କର୍ମୀ

ପଦ୍ମପୁର (AKN NEWS): ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମପୁର ଉପଖଣ୍ଡ ସପଲହର ପଂଚାୟତ ର ପୂର୍ବତନ ଜିଲ୍ଲା ପରିଷଦ ତଥା ବରିଷ୍ଠ ବିଜେପି କର୍ମୀ ଶ୍ରୀ ଅଖିଳ ନେଗୀ, ଙ୍କ ସହ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ପଂଚାୟତ ର ବରିଷ୍ଠ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଥିଲେ l 
ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ଭୋଜରାଜ ସିଂ ବରିହା, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିବେଲା ସମସ୍ତଙ୍କୁ ଉପଢୌକନ ଦେଇ ସ୍ଵାଗତ କରିଥିଲେ l, ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l


