ଓଡିଶା ଖବର
ବିଦ୍ୟୁତଖୁଣ୍ଟ ସଂସ୍ପର୍ଷରେ ଆସି ଗାଈ ମୃତ ।

କଣ୍ଟାବାଞ୍ଜି(AKN NEWS): କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପାଖ ଗାର୍ଡ କଲୋନୀରେ ଏକ ବିଦ୍ୟୁତ୍ ଖୁଣ୍ଟ ରେ ବିଦ୍ୟୁତ୍ ସରବରାହ ହେଉଥିବା ସମୟରେ ଏକ ଗାଈ ଏହି ଖୁଣ୍ଟ ସଂସ୍ପର୍ଶରେ ଆସି ମୃତ ହୋଇଛି । ଅନେକ ସମୟରେ ଏହି ବିଦ୍ୟୁତଖୁଣ୍ଟରେ ବିଦ୍ୟୁତ୍ ସରବରାହ ହେଉଥିବା ଦେଖିବାକୁ ମିଳିଛି କିନ୍ତୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇନାହିଁ ଯାହା ଫଳରେ ଏହି ଘଟଣା ଘଟିଛି। ଯଦି ଗାଈ ଜାଗାରେ ଏହି ଖୁଣ୍ଟ ସଂସ୍ପର୍ଶରେ କୌଣସି ମଣିଷ ଆସିଥାନ୍ତା ତା ହେଲେ ସ୍ଥିତି କଣ ହୋଇଥାନ୍ତା । ଏହି ଘଟଣା କେଉଁ କାରଣରୁ ଘଟିଲା ଏବଂ କାହାର କର୍ତ୍ତବ୍ୟ ଅବହେଳା ଯୋଗୁଁ ଏହା ହେଉଛି ତାହା ତଦନ୍ତ କରାଯିବା ନିହାତି ଜରୁରୀ ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


