ବିଧବା ଭତ୍ତାରୁ ବଞ୍ଚିତ ମହିଳା |ସ୍ୱାମୀ ମରି ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏ ମିଳୁନି ବିଧବା ଭତ୍ତା |

ଝରିଗାଁ (AKN NEWS ):ସ୍ୱାମୀର ମୃତ୍ୟୁ ହୋଇ ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଧବା ମହିଳା ଜଣକ ବିଧବା ଭତ୍ତାରୁ ଏଯାଏ ବଞ୍ଚିତ ରହିଛନ୍ତି |ଏଭଳି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ ରାମସା ଗ୍ରାମର ଗୋମତୀ ହରିଜନ |ସେ ବିଧବା ଭତ୍ତା ଖଣ୍ଡିକ ପାଇଁ ନିଜ ପଂଚାୟତର ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧୁକାରୀଙ୍କୁ ବାରମ୍ବାର ଅନୁରୋଧ କରିଆସୁଥିଲେ ସୁଦ୍ଧା ଏଯାଏ ତାଙ୍କୁ ବିଧବା ଭତ୍ତା ମିଳିପାରିନି |ଏପରିକି ଅନେକ ଥର ବ୍ଲକ କାର୍ଯ୍ୟାଳୟକୁ ଯାଇ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣେଇଥିବା ସେ କହିଛନ୍ତି |
ସାମାଜିକ ସୁରକ୍ଷା ଅଧିକାରୀ ଗୋମତୀଙ୍କୁ କେବଳ ମିଳିଯିବ ମିଳିଯିବ କହି ଫେରେଇ ଚାଲିଛନ୍ତି, ହେଲେ କେବେ ମିଳିବ ସେକଥା କହୁନଥିବା ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି |ଏଠାରେ ସୂଚେଇ ଦେବାକୁ ଚାହୁଁ କି, ଗୋମତୀଙ୍କ ସ୍ୱାମୀ ସୋମନାଥ ହରିଜନ 2023 ମସିହାର ଅକ୍ଟୋବର ମାସରେ ମୃତ୍ୟୁ ବରଣ କରିଥିଲେ |ସେବେଠୁ ଗୋମତୀ ଭତ୍ତା ଖଣ୍ଡିକ ପାଇଁ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁ ନିରାଶ ହୋଇଗଲାଣି |ତେଣୁ ଯଥାଶୀଘ୍ର ଗୋମତୀଙ୍କୁ ଭତ୍ତା ଯୋଗେଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି |
ନବରଙ୍ଗପୁର ଝରୀଗାଁ ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


