ବିବେକ ସେନା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ ପାଳିତ

ଭବାନୀପାଟଣା:(AKN NEWS):ତା ୨୮/୦୪/୨୦୨୫ ରିଖ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ତରଫ ରୁ ଓଡ଼ିଶା ର କୂଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ କେଶରୀ ମାର୍କେଟ କଂପ୍ଲେକ୍ସ ଠାରେ ପାଳନ କରାଯାଇଅଛି |
ମଧୁବାବୁ ଜଣେ ବରିଷ୍ଠ ବ୍ୟକ୍ତିତ୍ୱ, ଅଗାଧ ପାଣ୍ଡିତ୍ୟ, ସମାଜ ସେବକ, ରାଜନୀତିଜ୍ଞ ଓ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଓଡିଶା କୁ ଏକ ଭାଷାଭିତ୍ତିକ ରାଜ୍ୟ ତଥା ସ୍ୱତନ୍ତ୍ର ଉତ୍କଳ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏଣୁ ଲୋକେ ତାଙ୍କୁ ଉତ୍କଳ ଗୌରବ ବା ମଧୁବାବୁ କହିଥାନ୍ତି, ତାଙ୍କର ନୀତି ଆଦର୍ଶ, ତ୍ୟାଗ, ଭାତୃଭାବ ଓ ରାଷ୍ଟ୍ରଭକ୍ତି ଆଜି ଯୁବପିଢ଼ି ପାଇଁ ପ୍ରେରଣା ହେବ ବୋଲି ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇକହିଥିଲେ | ବରିଷ୍ଠ ସଦଶ୍ୟ ବୈଷ୍ଣଭ ଜାଲ, କିରଣମୟୀ ସେନାପତି, ଆଶୁତୋଷ ପାଢ଼ୀ, ପ୍ରଦୀପ ମାଝୀ, ଧନସିଂହ ମାଝୀ, ବିକାଶ ମାଝୀ ସମେତ ବହୁ ସଦଶ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସଭା ଶେଷରେ ଉତ୍କଳ ସଂଗୀତ ଗାନ ହୋଇଥିଲା ଓ ବୈଷ୍ଣବ ଜାଲ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


