ଓଡିଶା ଖବର

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ସୁବାସ ଚନ୍ଦ୍ର କରଣ ଙ୍କ ପରଲୋକ ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ମଏଁସା ଗ୍ରାମର ବିଶିଷ୍ଟ ସମାଜ ସେବୀ ସ୍ବର୍ଗତ ସୁବାସ ଚନ୍ଦ୍ର କରଣଙ୍କ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ ପରପକାରି ସରଳ ହୃଦୟର ମଣିଷ ଥିଲେ କମ୍ ବୟସରୁ ତାଙ୍କର ଦେହାନ୍ତ ହୋଇ ଥିବା ହେତୁ ପରିବାର ବନ୍ଧୁ ବର୍ଗଙ୍କ ସମେତ ଗ୍ରାମରେ ସୋକର ଛାୟା ଖେଳି ଯାଇଥିଲା । ଏହି ଭଳି ଏକ ଦୁଃଖଦ ସମୟରେ ସମବେଦନା ଜଣାଇବା ପାଇଁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଘରକୁ ଆସି ସମବେଦନା ଜଣାଇବା ସହ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏବଂ ଶୋକ ସନ୍ତପ୍ତ ପରିବାରକୁ ସାହାସ ଓ ଧାର୍ଯ୍ୟ ଦେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାଥନା କରିଥିଲେ । ପରିବାର ବର୍ଗ ଙ୍କ ମଧ୍ୟରେ ଶୁଭ ସଂକେତ କରଣ, ସୁଭସ୍ମିତା କରଣ, ସୁଶ୍ରୀ ସଂଗୀତା କରଣ,ସିଦ୍ଧେଶ୍ୱର କରଣ, କୃଷ୍ଣ ଚନ୍ଦ୍ର କରଣ, ରାମ ଚନ୍ଦ୍ର କରଣ,ବିଷ୍ଣୁପ୍ରିୟା କରଣ,ସତ୍ୟଭାମା କରଣ,ପ୍ରିୟଦର୍ଶିନୀ ଜାଲି,ବିଶ୍ଵରୂପ କରଣ, ବିଦୂତ୍ୟୁପର୍ଣ୍ଣ କରଣ,ସକ୍ତିରୁପା କରଣ, ସ୍ମୃତି ରୂପା କରଣ,ଦେବପ୍ରିୟା କରଣ,ସ୍ଵୟଂଶ୍ରୀ କରଣ,ରମାକାନ୍ତ କରଣ ପ୍ରଭୃତି ଯୋଗଦେଇ ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!