ଓଡିଶା ଖବର

ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ପକ୍ଷରୁ ମଣ୍ଡଳ ଦିବସ ପାଳନ 

ରେଙ୍ଗାଳି (AKN NEWS): ସମ୍ବଲପୁର ଜିଲ୍ଲା ରେଙ୍ଗାଳି ବ୍ଲକ ଜୁନାଡ଼ିହି ଛକ ରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ଦିଲ୍ଲୀପ ସିଂ ଙ୍କ ସଭାପତିତ୍ୱରେ ସାମାଜିକ ନ୍ୟାୟର ପ୍ରବକ୍ତା ବିହାର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ବି. ପି. ମଣ୍ଡଳଙ୍କ ଜୟନ୍ତୀ କୁ ମଣ୍ଡଳ ଦିବସ ଭାବରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଦର ଉପଖଣ୍ଡ ସ୍ତରୀୟ ଆଲୋଚନା ସଭାରେ ସାମାଜିକ ନ୍ୟାୟ ପାଇଁ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ର ସୁରକ୍ଷା ସହ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସାମାଜିକ ଆନ୍ଦୋଳନ ସକାଶେ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ରେଲୱେ ଅଧିକାରୀ ପବନ ଲୁହା,ପ୍ରଶାନ୍ତ ବୁଦ୍ଧ, ସମିତି ସଭ୍ୟ ଶୁକଦେବ ମାଝୀ ଓ କିସାନ ସମାଜ ସମ୍ପାଦକ ସୁଦର୍ଶନ ମିର୍ଧା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାମାଜିକ ନ୍ୟାୟର ଆବଶ୍ୟକତା ଶୀର୍ଷକରେ ଆଲୋଚନା କରିଥିଲେ । ସମିତିର ଆବାହକ ସୁରୁ ମଣି ସୁନାନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏହି ସଭା ପୂର୍ବରୁ ଗୌତମ ବୁଦ୍ଧ, ଡ.ଆମ୍ବେଦକର ଓ ବି. ପି. ମଣ୍ଡଳ ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଅତିଥି ଗଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଶେଷରେ ଯୁବ ନେତା ଧରଣୀ ଧର ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!