ଓଡିଶା ଖବର
ବୃନ୍ଦାବାହାଲ ଠାରେ ସହିଦ ଦିବସ ପାଳିତ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ସହିଦ ଦିବସ ପାଳିତ ହୋଇ ଯାଇଛି. ମାଓବାଦୀ ଗୁଳିର ଶିକାର ହୋଇ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବିଜେନ୍ଦ୍ର ନାଥ ରାଉତ ଙ୍କ ସ୍ମୃତି ବୃନ୍ଦାବାହାଲ ସହିଦ ସ୍ମୃତି ପୀଠ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବୃନ୍ଦାବାହାଲ ଗ୍ରାମର ବୀରପୁତ୍ର ସହିଦ ବିଜେନ୍ଦ୍ର ନାଥ ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏହି ଦିବସ ପାଳିତ ହୋଇ ଯାଇଛି. କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସିଡିପିଓ କେ. ଉଷାଲକ୍ଷ୍ମୀ, ପ୍ରସନ୍ନ ରାଉତ, କୁରୁକ୍ଷେତ୍ର ରାଉତ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଖଲିଆପାଳି ସରପଞ୍ଚ ଜିମୂତ ହରପାଳଙ୍କ ସମେତ ସହିଦ ବିଜେନ୍ଦ୍ର ନାଥ ରାଉତ ଙ୍କ ପରିବାର ଲୋକେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ସହ ସ୍ମୃତି ଚାରଣ କରିଥିଲେ.
dhramgarh upa khanda ru shyam sundar agrawal akn news


