ଓଡିଶା ଖବର
ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ, ୫ ଗୁରୁତର, ୧୫ ଆହତ

ନୂଆପଡା 12.3.(AKN NEWS): ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଅଛି। ଏହି ଗାଡ଼ି ରେ ମୋଟ ୨୦ ଜଣ ବାଦ୍ୟ କଳାକାର ମାନେ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ତରବୋଡ ଗ୍ରାମ କୁ ଯାଉଥିବା ବେଳେ ଗାଡ଼ି ଟି ସୁନାପୁର ଠାରେ ଦୁର୍ଘଟଣା ଗସ୍ତ ହୋଇଅଛି। ୫ ଗୁରୁତର ଆହତ ହୋଇଥିବା ବେଳେ , ୧୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ପାଞ୍ଚ ଜଣ ଗୁରୁତର ଆହତ ଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ୧୫ ଜଣ ଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଥିବା ବେଳେ ଗାଡ଼ି କୁ ଉଦ୍ଧାର କରାଯାଉଅଛି। ଡୋଟୋ ଗ୍ରାମର ଡିଜେ ଗାଡ଼ି ତରର୍ବୋଡ କୁ ବିବାହ କାର୍ଯ୍ୟକ୍ରମ ପାଇଁ ଯାଉଥିଲା।
ଓମ ପ୍ରକାଶ ଚୌଧୁରୀ AKN NEWS


