ଓଡିଶା ଖବର

ବୋର୍ଡ଼ା ପଞ୍ଚାୟତ ଠାରେ ଯୁବନେତା ମଣ୍ଟୁ ନାଏକଙ୍କ ଲୋକ ସମ୍ପର୍କ ଅଭିଯାନ

ବୋର୍ଡ଼ା ପଞ୍ଚାୟତ ଠାରେ ଯୁବନେତା ମଣ୍ଟୁ ନାଏକଙ୍କ ଲୋକ ସମ୍ପର୍କ ଅଭିଯାନ

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଲକ ବୋର୍ଡା ପଞ୍ଚାୟତର ଫାପସି ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ଯୋଗଦେଇ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଜେଡ଼ି ସଂଗଠନ ତୃଣମୂଳ ସ୍ତରରେ ଅଧିକ ମଜଭୂତ ଓ କ୍ରିୟାଶୀଳ କରିବା ପାଇଁ ଆହ୍ବାନ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବୋର୍ଡ଼ା ନାଏବ ସରପଞ୍ଚ ଅଞ୍ଜୁ ନାଏକ, ମହିଳା ସଭାନେତ୍ରୀ ବିଶାଖା ରଖା, ହେମଲତା ନାଏକ, କେନ୍ଦୁପାଟି ପଞ୍ଚାୟତ ଯୁବ ସଭାପତି ମୁକେଶ ଛତ୍ରିଆ, ବୋରଭଟ୍ଟା ଯୁବ ପଞ୍ଚାୟତ ସଭାପତି ଧବଳେଶ୍ଵର ନାଏକ, ଯୁବନେତା ଥବିର ରଣା, ଖୁସିରାମ ରଣା, ସମାଜସେବୀ ତ୍ରିନାଥ ସାହୁ ତଥା ଯୁବ -ଛାତ୍ର , ମହିଳା, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!