ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ।

ଥୁଆମୂଲ ରାମପୁର(AKN NEWS):କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକ ରେ ବ୍ଲକ ପ୍ରଶାସନ ତରଫରୁ ମନରେଗା ଯୋଜନାର କାର୍ଯ୍ୟକ୍ରମ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର କାର୍ଯ୍ୟକ୍ରମ ସମ୍ବଦୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହା ଆର୍ଥିକ ବର୍ଷ ୨୦୨୫-୨ ୬ସାମାଜିକ ସମୀକ୍ଷା ଅବଧି (MGNREGA ) ମନରେଗା ୧ ଅକ୍ଟୋବର ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ପର୍ଯ୍ୟନ୍ତ ଓ NSFA ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ବଦୀୟ ୧ ଅପ୍ରେଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ହୋଇ ଥିବା କାମ ଉପରେ ଜନ ଶୁଣାଣୀ କରାଯାଇ ଥିଲା।
ପଞ୍ଚାୟତ ସମିତି ସଭାଗୃହ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ଵୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କିଆମଣି ନାଏକ, ଏ ଇ ସାଲକୋ ହେମ୍ବ୍ରମ , ଯୋଗାଣ ନିରୀକ୍ଷଣ ବିଭୁ ରଞ୍ଜନ ସାହୁ, କାର୍ଯ୍ୟରତ ୨୪ ଗୋଟି ଗ୍ରାମପଞ୍ଚାୟତ ର ସମସ୍ତ ଅଧିକାରୀ ସହ ଲାଇନ୍ ଡିପାର୍ଟମେଣ୍ଟ ଯୋଗ ଦେଇ ଥିଲେ। କିନ୍ତୁ ଲାଇନ୍ ଡିପାର୍ଟମେଣ୍ଟ, ଉଦ୍ୟାନ ବିଭାଗ, ଫରେଷ୍ଟ ବିଭାଗ, ଓ ITDA, ସବୁ ମନରେଗା ଯୋଜନାରେ ଯେତେ ଦୁର୍ନୀତି କରିଛନ୍ତି ଓ କରୁଛନ୍ତି ସେସବୁ ଏହି ଜନ ଶୁଣାଣି ରେ ଧରା ପଡ଼ିଛି ଯାହାକି କୌଣସି ବିଭାଗ ର କ୍ୟାସ ରେକଡ୍ ପ୍ରସ୍ତୁତ ନ ଥିଲା।
ଶିବିର ରେ ହୋ ହାଲ୍ଲା ରେ ପୁରିଉଠୁ ଥିଲା ସମସ୍ତଙ୍କୁ ଶ୍ରମିକ ମାନଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧି, ସରପଞ୍ଚ ମାନେ ମଧ୍ୟ ଅଭିଯୋଗ କରୁଥିଲେ। ଗ୍ରାମ ପଞ୍ଚାୟତ ସ୍ତରୀୟ ମନରେଗା କାର୍ଯ୍ୟକ୍ରମ ଉପସ୍ଥାପନା ମଧ୍ୟ ଦୁର୍ନୀତି ର ଗନ୍ଧ ବାରି ହେଉଥିଲା। ଯାହାକି ଗ୍ରାମ ପଞ୍ଚାୟତ ସ୍ତରରେ ଯେଉଁ ସାମାଜିକ ସମୀକ୍ଷା ହେବା ପାଇଁ ନୀତିନିୟମ ରହିଛି ତାହା କେତେକ ପଞ୍ଚାୟତ ରେ କାର୍ଯ୍ୟକାରୀ କରୁ ନ ଥିବା ଅଭିଯୋଗ ହୋଇଛି। ଆଗାମି ଦିନରେ ପ୍ରତ୍ୟେକ କାମର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯିବା ପାଇଁ ଏକମତ ହୋଇଥିଲେ।
ଥୁଆମୂଳ ରାମପୁର ରୁ ରମାକାନ୍ତ ନାଏକ ଙ୍କ ରିପୋର୍ଟ AKN news


