ବ୍ଲକ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ।

ଦାରିଙ୍ଗବାଡି: ୭/୮, (AKN News): ଜାତୀୟ ପ୍ରାଣୀଧନ ମିଶନ ଆନୁକୁଲ୍ୟ ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଦାସିକେତା ଗ୍ରାମ ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ସଞ୍ଜୀବ କୁମାର ପଟେଲଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ତହସିଲଦାର ଶରତ ଶବର, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ସରପଞ୍ଚ ସୁନିତା ପ୍ରଧାନ, ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଧିକାରୀ ପ୍ରଭାତ କୁମାର ମିଶ୍ର ଯୋଗ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ନୋଡ଼ାଲ ଅଫିସର ଡ଼ଃ ଅଳକା ପଟ୍ଟନାୟକ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟ ରେ ଗାଈ, ଛେଳି, କୁକୁଡ଼ା, ଘୁଷୁରୀର ଯତ୍ନ ନେବା ସହିତ ଅତ୍ୟାଧୁନିକ ପଦ୍ଧତିରେ ଗୋପାଳନ କରି ଆର୍ଥିକ ସ୍ତରରେ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାଣୀ ଧନର ପ୍ରଗତି ନିମନ୍ତେ କଣ କରାଯିବା ଆବଶ୍ୟକ , ପ୍ରାଣୀ କୁ କଣ ସବୁ ଟୀକା ଦିଆଯିବ , ଗୋଚାଷୀ ମାନଙ୍କ ଉନ୍ନତି ଦିଗରେ ବିଭିନ୍ନ ସରକାରୀ ଯୋଜନାର ଉପଯୋଗୀତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରାଣୀଧନକୁ ନେଇ ଏକ ପ୍ରଦର୍ଶନୀ ହୋଇଥିଲା । ଏଥିରେ କୃତି ଚାଷୀ ମାନଙ୍କ ମାନପତ୍ର ସହିତ ଅର୍ଥ ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମଞ୍ଚ ସଞ୍ଚାଳନ କରିବା ସହିତ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ଅତିରିକ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଦୀପକ କୁମାର ପ୍ରଧାନ କରିଥିଲେ। ଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଣୀ ମିତ୍ରମାନଙ୍କ ସମେତ ମହିଳାଚାଷୀ ଓ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।


