ଓଡିଶା ଖବର

ବ୍ଲୁ ଫ୍ଲାଗ ବିଚରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ

ପୁରୀ ୧୪/୮(AKN NEWS): ଆଜି ପୂର୍ବାହ୍ନରେ ବ୍ଲୁ ଫ୍ଲାଗ ବିଚ ଠାରେ ଜିଲ୍ଲା ସ୍ତରୀୟ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।ଆମ ସ୍ୱାଧୀନତା ଆମ ପାଇଁ ଏକ ବିରାଟ ଲପଲବ୍ଧି।

ତିରଙ୍ଗା ଆମ ସମସ୍ତଙ୍କୁ ଗର୍ବ ଓ ଗୌରବ ଆଣି ଦେଇଛି।ତେଣୁ ସମ୍ମାନ ର ସହ ପ୍ରତ୍ୟେକ ବ୍ୟକ୍ତି ତିରଙ୍ଗା ପତାକା କୁ ନିଜସ୍ୱ ଗୃହରେ ଉତ୍ତୋଳନ କରିବାକୁ ଅନୁରୋଧ କରାଯାଇଥିଲା।ହରଘର ତିରଙ୍ଗା, ବନ୍ଦେ ମାତରଂ,ଭାରତ ମାତା କି ଜୟ,ଜୟ ହିନ୍ଦ ଧ୍ୱନି ଶହ ଶହ ଛାତ୍ରଛାତ୍ରୀ,ବିଭିନ୍ନ ବିଭାଗର ଅଧିକାରୀ ମାନେ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ। ଭାରତ ମାନଚିତ୍ର ଆଧାର ରେ ସମସ୍ତେ ଠିଆ ହୋଇ ହରଘର ତିରଙ୍ଗା ଆନ୍ଥେମକୁ ସମ୍ମାନ ପ୍ରଦର୍ଶନ କରିଥିଲେ।ସମୁଦ୍ର କୂଳରେ ଏହି ପ୍ରଦର୍ଶନ ଦେଶାତ୍ମବୋଧକୁ ଅଧିକ ଉଦବୁଦ୍ଧ କରିବା ଦେଖାଯାଇଥିଲା।ସେଲଫି ଷ୍ଟାଣ୍ଡ ରେ ଆଗ୍ରହ ର ସହିତ ସମସ୍ତେ ସେଲଫି ନେବା ସହ କାନଭାସରେ ଜୟ ହିନ୍ଦ,ହରଘର ତିରଙ୍ଗା ବୋଲି ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଯୋଗ ଦେଇଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଓ ସାଧାରଣ ଜନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!