ବ୍ଳକ ସ୍ତରୀୟ ଅନ୍ତର୍ଦ୍ଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ ।

ନନ୍ଦାହାଣ୍ଡି (AKN NEWS): ନବରଙ୍ଗପୁର ଜିଲ୍ଲା ନନ୍ଦା ହାଣ୍ଡି ବ୍ଲକ୍ ୧୧ ଗୋଟି ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଅନ୍ତର୍ଦ୍ଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରା ଯାଇଛି। ଏଠାରେ ନନ୍ଦାହାଣ୍ଡି ବ୍ଳକ ର ସମସ୍ତ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟ,ନାଏବ ସରପଞ୍ଚ, ୱାର୍ଡ଼ ମେମ୍ବର,ଏମ୍ ବି କେ ,ସି ଆର୍,ପି ବ୍ୟାଙ୍କ ମିତ୍ର, କୃଷି ମିତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ତର୍ଦ୍ଦୟ ଗୃହ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ମାନଙ୍କୁ ନେଇ ବ୍ଳକ୍ ଅଫିସ୍ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଭିସି ମାଧ୍ୟମ ରେ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଟି ଉଦ୍ଘାଟନ ହୋଇ ଯାଇଛି। ସେହିଭଳି ଆଜି ନନ୍ଦା ହାଣ୍ଡି ବ୍ଲକ୍ ରେ ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ଉପସ୍ଥିତି ରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।
ଏଠାରେ ନନ୍ଦାହାଣ୍ଡି ବ୍ଳକ ଜୋନ୍ ୨ ଜିଲ୍ଲା ପରିଷଦ ଅରୁଣ କୁମାର ମିଶ୍ର, ବ୍ଳକ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନଗୌଡ, ସ୍ଥାନୀୟ AEE G.P.E.O ଉପସ୍ଥିତ ରହିଥିଲେ। ବିଚିତ୍ରାନନ୍ଦ ଶତପଥୀ ଏହି ସୁଚାରୁରୂପେ ପରି ଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ୭୪ ଜଣ ହିତାଧିକାରୀଙ୍କୁ ଅନ୍ତର୍ଦ୍ଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ସମ୍ମାନୀତ ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ଳକ୍ ର ସମସ୍ତ ଅଧିକାରୀ ସହଯୋଗ କରିଥିଲେ। ଏଥିସହ ଆଗାମୀ ଦିନ ମାନଙ୍କରେ ଏହା ଚାଲୁ ରହିବ ବୋଲି ବ୍ଳକ୍ ପ୍ରଶାସନିକ ଅଧିକାରୀ ଗଣ କହିଛନ୍ତି।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


