ଅନନ୍ୟ

ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା:ପୁନଃ ପ୍ରକ୍ରିୟା କରଣ ବ୍ୟବସ୍ଥା।

ପୁରୀ ୧୯/୭(AKN NEWS): ଚଳିତ ରଥଯାତ୍ରା କୁ ପରିବେଶ ଉପଯୋଗୀ କରିବା ସହ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା।ଏହା ଏକ ବଡ ପଦକ୍ଷେପ । ଏକ ଦୀର୍ଘ ସ୍ଥାୟୀ ସୂତ୍ରରେ ଏହାର ପୁନଃ ପ୍ରକ୍ରିୟା କରଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ପୌରପାଳିକା, ଏସ୍‌ପିସିବି, ଆନନ୍ଦନା ଓ ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ଼ର ମିଳିତ ସହାୟତାରେ ଓଡ଼ିଶା ଡ଼େଭଲପମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ(ଓଡ଼ିଏମ ପି), ୱାଇ ଫର ଡ଼ି ଫାଉଣ୍ଡେସନ, ଫାଉଣ୍ଡେସନ ଫର କ୍ଲାଇମେଣ୍ଟ ପ୍ରୋଟେକ୍ସନ ର ମିଳିତ ଉଦ୍ୟମରେ ରଥଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ଧରି ପୁରୀ ସହରରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଙ୍କ ନିର୍ଦ୍ଦେଶ ରେ ଜୁଲାଇ ୫ ତାରିଖରେ ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଯାଉଥିବା ସଫେଇ ସାଥୀ, ସୁପର ଭାଇଜର ଓ ସ୍ଵେଚ୍ଛାସେବୀ ମାନଙ୍କୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ଼ ର ଜାତୀୟ ମୁଖ୍ୟ (ଇପିଆର) ସଷ୍ଟେନିବିଲିଟି, ତୁଷାର ପଟ୍ଟନାୟକ, ପବ୍ଲିକ ଆଫେୟାର୍ସର ରାଜ୍ୟ ମୁଖ୍ୟ ମୁକେଶ ଯୋଶୀ, ପି.ଏ.ସି.ଏସ. ଶ୍ରୀ ନୀତେଶ କୁମାର, ଓ ଓଡ଼ିଏମ୍‌ପିର ଆବାହକ, ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଫେଇ ସାଥି, ସୁପର ଭାଇଜର ଓ ସ୍ଵେଚ୍ଛାସେବୀମାନଙ୍କୁ ସେବା ମନୋବୃତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣା ହେଲେ ଘୋଷଯାତ୍ରା ସମୟରେ ସେବା କରିବାର ସୁଯୋଗ ମିଳିଥାଏ । ତେଣୁ ସେବା ମନୋବୃତ୍ତି ନେଇ କାର୍ଯ୍ୟକରିବା ସହିତ ଆମ ପରିବେଶକୁ ସୁନ୍ଦର ଓ ପରିଷ୍କାର କରିବାରେ ନିଜକୁ ଜଣେ ଜଣେ ସୈନିକ ଭାବେ ପ୍ରତିପାଦନ କରିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ଆହ୍ବାନ ଜଣାଇଥିଲେ ।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଥିଲେ ଯେ ପୁରୀ ସହରର ୮ଟି ସ୍ଥାନରେ ପ୍ଲାଷ୍ଟିକ ବୋତଲ ସଂଗ୍ରହ କେନ୍ଦ୍ର ସ୍ଥାପନ କରାଯାଇ ସଫାଇ ସାଥୀମାନଙ୍କ ଦ୍ବାରା ପ୍ଲାଷ୍ଟିକ ବୋତଲ ସଂଗ୍ରହ କରାଯାଇଥିଲା । ସଂଗୃହିତ ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ପୁନଃ ବ୍ୟବହାର ନିମନ୍ତେ ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ଼ ତରଫରୁ ରିସାଇକେଲିଂ କମ୍ପାନୀକୁ ପ୍ରେରଣ କରାଯାଇଥିଲା । ଯାହା ଏବେ ସୁନ୍ଦର ଜ୍ୟାକେଟ ରେ ରୂପାନ୍ତରିତ ହୋଇଛି।ଆଗାମୀ ଦିନରେ ଏହାର ବ୍ରାଣ୍ଡିଂ କରିବା ସହ ପୁନଃ ବ୍ୟବହାର ଉପଯୋଗୀ ପାଣି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖଯାଇଛି ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ରେ ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ଼ ର ଜାତୀୟ ମୁଖ୍ୟ (ଇପିଆର) ସଷ୍ଟେନିବିଲିଟି ତୁଷାର ପଟ୍ଟନାୟକ, ପବ୍ଲିକ ଆଫେୟାର୍ସର ରାଜ୍ୟ ମୁଖ୍ୟ ମୁକେଶ ଯୋଶୀ ଓ ଓଡ଼ିଏମ୍‌ପିର ଆବାହକ, ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!