ଓଡିଶା ଖବର

ଭବାନୀପାଟଣା ଠାରେ ପ୍ରଭୁ ଚିତ୍ରଗୁପ୍ତଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ 

(AKN NEWS): ଆଜି ଭବାନୀପାଟଣା ଠାରେ ପ୍ରଭୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ସଦର ଭବାନୀପାଟଣା ବିଧାୟକ ଅନାମ ନାଏକ ଯୋଗଦେଇ କଳାହାଣ୍ଡି କରଣ ସମାଜ ତରଫରୁ ଅଦ୍ୟ 27-02-25 ରୁ ଆସନ୍ତା 02-03-25 ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ହେବାକୁ ଥିବା ଉତ୍ସବକୁ ଶ୍ରୀମତୀ ଦେଓ ଏବଂ ସମସ୍ତ ଅତିଥିମାନଙ୍କ ଦ୍ୱାରା ଫିତା କାଟି ଉଦଘାଟନ କରାଯାଇଥିଲା

ଅନ୍ୟ ମାନଙ୍କ ମଧ୍ୟରେ ସମାଜର ସଭାପତି ରାମ ଶଙ୍କର ଦାସ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ସଭାନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଗଣ ଉପସ୍ଥିତ ରହିଥିଲେ I ଏହାପରେ ସଭାପତିଙ୍କ ଦ୍ୱାରା ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଏବଂ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ବିଗ୍ରହ ପ୍ରଦାନ କରାଯାଇଥିଲା I ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ I

ଏହାପରେ ସମସ୍ତ ଅତିଥିଗଣ ଅଭିଭାଷଣ ରଖିଲା ପରେ ସମାଜର ମୁଖପତ୍ର “ଚିତ୍ରାଂଶ” କୁ ସମସ୍ତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା I ପରିଶେଷରେ ସବିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ପରେ ସନ୍ଧ୍ୟା 5 ଘଣ୍ଟା ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସହ ସହ ମାତ୍ରାରେ କଳସ ଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା କରିଥିଲେ I ଏହାପରେ ସମାଜ ଭବନ ଠାରେ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସନ୍ଧ୍ୟା ରଖାଯାଇଥିଲା I ପୂଜାବିଧି ଅନୁଯାଇ ଅଙ୍କୁରା ରୋପଣ କରାଯାଇଥିଲା ଏବଂ ପରିଶେଷରେ ପ୍ରୀତିଭୋଜନର ବ୍ୟବସ୍ଥା କରାଯାଇଥିଲା I ଆଜି ପ୍ରଥମ ଦିନରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ସମାଜର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ I

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!