ଭବାନୀପାଟଣା ଠାରେ ଶ୍ରମିକ ସହାୟତା ଯୋଜନା ର ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ

ଭବାନୀପାଟଣା(AKN NEWS): ଅଦ୍ୟ ତା: 29.08.2024 ରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟ।ଳୟ ସଦଭାବନା ଗୃହରେ , ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ କରାଗଲା , ଯଥା ମୃତ୍ଯୁ କାଳୀନ ସହାୟତା 216 ଜଣଙ୍କୁ ମୋଟ 4,30,00,000ଟଙ୍କା , ବିବାହ ସହାୟତା 194 ଜଣଙ୍କୁ ମୋଟ 9450000 ଟଙ୍କା , ଅନ୍ତ୍ୟେଷ୍ଟି କ୍ରିୟା ସହାୟତା 187 ଜଣଙ୍କୁ ମୋଟ 935000 ଟଙ୍କା ,ଶିକ୍ଷା ସହାୟତା 55 ଜଣଙ୍କୁ ମୋଟ 465200 ଟଙ୍କା , ପ୍ରସୂତିକାଳୀନ ସହାୟତା 10 ଜଣଙ୍କୁ 100000 ଟଙ୍କା ସହିତ ସମୁଦାୟ 662 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୋଟ 53950200 ଟଙ୍କା ବଣ୍ଟନ କରାଗଲା ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପାୱାର ସୂତା ମାଝୀ ଓ ଭାନୁମତି ମାଝୀ ମୃତ୍ଯୁ କାଳୀନ ଶୟହତା ବାବଦକୁ 200000 ଟଙ୍କା ,ଶାନ୍ତିଦୀପ ଓ ବିରଞ୍ଚି ସାହୁଙ୍କୁ ଵିଵାହ ସହାୟତା 50000 ଟଙ୍କା , ତେଭା ମାଝୀ ଓ ଗୀତାଞ୍ଜଲି ମଙ୍ଗରାଜ ଙ୍କୁ ଅନ୍ତ୍ୟେଷ୍ଟି କ୍ରିୟାସହାୟତା 5000 ଟଙ୍କା , କ୍ଷୀର ସାହୁ ଓ ପିରବତୀ ସାହୁଙ୍କୁ ପ୍ରସୂତିକାଳୀନ ସହାୟତା 10,000 ଟଙ୍କା,ତୈଳବାଗ ଙ୍କୁ 6000 ଟଙ୍କା ଏବଂ ଚନ୍ଦ୍ରକଳା ମଙ୍ଗରାଜ ଙ୍କୁ ଶିକ୍ଷା ସହାୟତା 7000 ଟଙ୍କା ବିତରଣ କଲେ ।ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାଶ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଓ ସହ ଶ୍ରମ ଅଧିକାରୀ ଜିତମ ମାଝୀ , ସନାତନ ମାଝୀ ଓ ଅମିତ କୁମାର ବେହେରା ଉପସ୍ଥିତ ଥିଲେ ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


