ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକ ବୋରଭଟ୍ଟା ପଞ୍ଚାୟତର ରନଭଟ୍ଟା ଗାଁ ଠାରେ ସ୍ଥାନୀୟ ଅଧିବାସୀଙ୍କ ସହ ଏକ ବୈଠକ ଅନୁଷ୍ଠିତ

(AKN NEWS): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକ ବୋରଭଟ୍ଟା ପଞ୍ଚାୟତର ରନଭଟ୍ଟା ଗାଁ ଠାରେ ସ୍ଥାନୀୟ ଅଧିବାସୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଯଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ କିଭଳି ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ ।
ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନବୀନ କାର୍ଡ ଜରିଆରେ ଗାଁ ର ସମସ୍ତ ଲୋକଙ୍କୁ ସାମିଲ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଗାଁ ର ସମସ୍ତେ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ବୋରଭଟ୍ଟା ଯୁବ ପଞ୍ଚାୟତ ସଭାପତି ଧବଳେଶ୍ଵର ନାଏକ, କେନ୍ଦୁପାଟି ଯୁବ ସଭାପତି ମୁକେଶ ଛତ୍ରିଆ, ଓ୍ବାର୍ଡ ମେମ୍ବର ଦ୍ରୋଣ ବାଗ, ମହିଳା ନେତ୍ରୀ ଗୁପ୍ତାଞ୍ଜଳି ବଚ୍ଛା, ଗୋଲାପି ବଛା, ହସ୍ତିନୀ ବଚ୍ଛା, ଦ୍ରୌପଦୀ ବାଗ, କେତକୀ ଜାଲ, ସମାଜସେବୀ କାହ୍ନୁ ଚରଣ ବଛା, ଯୁବନେତା ଭୃଗୁ ବଛା, ଲକ୍ଷ୍ମଣ ନାଏକ, ଭକ୍ତ ନାଏକ, ଯୁବ -ଛାତ୍ର ମହିଳା ଏବଂ ବରିଷ୍ଠ କର୍ମକର୍ତ୍ତା ତଥା ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


