ଓଡିଶା ଖବର

ଭାରତବର୍ଷ ର ଆଧ୍ୟାତ୍ମିକ ଚେତନା ଜାଗରଣରେ ଭିତରଛ ମଧୁସୂଦନ ସ୍ମରଣୀୟ

(AKN NEWS): ଶ୍ରୀକ୍ଷେତ୍ର ଆସ। ଜଗନ୍ନାଥଙ୍କୁ ମନପୁରେଇ ଦେଖ। ତାଙ୍କ ସେବାରେ ସମର୍ପିତ ହୋଇଯାଅ।ଦେଖିବ,ନିଜ ସହ ପରିବାର ଓ ସମାଜ ଆଧ୍ୟାତ୍ମିକ ଚେତନା ରେ ଅମୃତମୟ ହେବ। ଜଗନ୍ନାଥ ଭକ୍ତଙ୍କୁ ଏପରି ଭାବଗର୍ଭକ ଆହ୍ୱାନ ଦେଉଥିବା ମଣିଷ ଥିଲେ ଭିତରଛ ମଧୁସୂଦନ ମହାପାତ୍ର,ଯେ ମୃତ୍ୟୁ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ଠାକୁରଙ୍କ ସେବା ନିଷ୍ଠାର ସହ କରୁଥିଲେ। ଭିତରଛ ମଧୁସୁଦନଙ୍କ ଦ୍ଵାଦଶ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସ୍ମୃତି ସଂସଦ ପକ୍ଷରୁ ସିଂହଦ୍ବାର ଠାରେ ଅନୁଷ୍ଠିତ ବସନ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ତଳୁଛ ନୀଳକଣ୍ଠ ମହାପାତ୍ର, ଗବେଷକ ଭାସ୍କର ମିଶ୍ର,ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ବଦ୍ରି ମିଶ୍ର,କୋଠ ସେବକ ବିଶ୍ଵନାଥ ସାମନ୍ତରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଧୁସୂଦନଙ୍କ ସ୍ମୃତିଚାରଣ କରିଥିଲେ।ଝାଂଝପିଟା ମଠ ମହନ୍ତ ସଚ୍ଚିଦାନନ୍ଦ ଦାସଙ୍କ ସଭାପତିତ୍ବ ଓ ସଂପାଦକ ଜଗନ୍ନାଥ ପୂଜାପଣ୍ଡା ସାମନ୍ତଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପାପୁଡିଆ ମଠାଧୀଶ ମହାମଣ୍ଡଳେଶ୍ଵର ରାମକୃଷ୍ଣ ଦାସ,ସୁରୁଙ୍ଗି ମଠ ମହନ୍ତ ବ୍ରଜେନ୍ଦ୍ର ନନ୍ଦନ ଦାସ,ବିଶିଷ୍ଟ ପୂଜାପଣ୍ଡା ସେବକ ଗୋବିନ୍ଦ ଚନ୍ଦ୍ର ବଡ଼ପଣ୍ଡା ସାମନ୍ତ, ସିଂହାରୀ ସେବକ ସତ୍ୟନାରାୟଣ ସିଂହାରୀ,ଗରାବଡୁ ସେବକ ରାଧାନାଥ ପ୍ରତିହାରୀ, ଶ୍ରୀମନ୍ଦିର ପ୍ରଶାସନ ର ପ୍ରାକ୍ତନ ଦକ୍ଷ ଅଧିକାରୀ କୃଷ୍ଣଚନ୍ଦ୍ର ଆପଟ, ପଣ୍ଡା ନିଯୋଗ ର କୃତି ଓ ଶୃଙ୍ଖଳିତ ଶିକ୍ଷାର୍ଥୀ ଚିନ୍ମୟ ସାହଙ୍କୁ ଅତିଥିମାନେ ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ର ଏକାଏକ ସେବକ ଭିତରଛ ହରେକୃଷ୍ଣ ମହାପାତ୍ର,ହରିହର ପୂଜାପଣ୍ଡା ସାମନ୍ତ , ଅଧିବକ୍ତା ଜଗବନ୍ଧୁ ଗଡ଼ନାୟକ ପ୍ରମୁଖ ଏହି ଉତ୍ସବ ସଞ୍ଚାଳନ ଓ ସଂଯୋଜନା କରିଥିଲେ। ପରେପରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଭକ୍ତି ପରିବେଷଣ କରିଥିଲେ। ଏହି ଅବସରରେ ପୁରୀ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମହିଳା ବିଭାଗରେ ସମାଜସେବୀ ବଦ୍ରି ମିଶ୍ର ଓ ଜଗନ୍ନାଥ ପୂଜାପଣ୍ଡା ସାମନ୍ତଙ୍କ ସୁପରିଚାଳନା ରେ ଫଳବଣ୍ଟନ କରାଯାଇଥିଲା। ପରେପରେ ଭାରତବର୍ଷ ର ସନ୍ଥ ଖଡ଼ଗପୁର ସାଧୁବାବାଙ୍କ ପ୍ରେରଣା ରେ ନଗରକୀର୍ତ୍ତନ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!