ଓଡିଶା ଖବର

ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ।

ପୁରୀ ୨୯/୧୦(AKN NEWS): ଭୋଟର ପରିଚୟ ପତ୍ର ମତଦାନ ସହ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ବ୍ୟବହୃତ ହୋଇଥାଏ। ତେଣୁ ପ୍ରତ୍ୟେକ ସଚେତନ ହୋଇ ନିଜର ସଠିକ ଭୋଟର ପରିଚୟ ପ୍ରସ୍ତୁତ ରେ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଅନୁରୋଧ କରିଛନ୍ତି।ଆଜି ପୂର୍ବାହ୍ନରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଚଳିତ ବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଅକ୍ଟୋବର ୨୯ ତାରିଖ ଠାରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିଛି। ୧ ଜାନୁଆରୀ ୨୦୨୫ କୁ ଯେଉଁ ମାନଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ ବର୍ଷ ହେଉଛି ସେମାନେ ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ କିମ୍ବା ବି ଏଲ ଓ ଙ୍କ ମାଧ୍ୟମରେ ଭୋଟର ତାଲିକା ରେ ସାମିଲ ପାଇଁ ଫର୍ମ ନମ୍ବର ୬ ରେ ଆବେଦନ କରିପାରିବେ।ସେହିପରି ମୃତ୍ୟୁ ଇତ୍ୟାଦି କ୍ଷେତ୍ରରେ ୭ ନମ୍ବର ଫର୍ମ ରେ ବାଦ,୮ ନମ୍ବର ଫର୍ମରେ ନାମ, ତଥ୍ୟ, ଫଟୋ ଠିକଣା ଇତ୍ୟାଦି ସଂଶୋଧନ ପାଇଁ ଆବେଦନ କରିପାରିବେ।

ପ୍ରତିଟି ଭୋଟ ମୂଲ୍ୟବାନ।ତେଣୁ ନିର୍ବାଚନ ସମୟରେ ପ୍ରତ୍ୟେକ ଭୋଟର ମତଦାନ କରିବାକୁ ସେ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ମତଦାତାଙ୍କ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ।ତେଣୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକାରେ ନିଜ ନାମ କୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ମତ ଦେଇଥିଲେ।ନିର୍ବାଚନ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହ ସହ ଭୋଟର ତାଲିକା ସଂଶୋଧନ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଶେଷରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ମେଡ଼ିକାଲ ଛକ ଠାରୁ ବାହାରି ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ପହଞ୍ଚିଥିଲା।ଏହି ଅବସରରେ ଝୋଟି ମୁରୁଜ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ସଂଶୋଧନ କାର୍ଯ୍ୟକ୍ରମ ଚଳିତ ମାସ ୨୯ ତାରିଖରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ନଭେମ୍ବର ମାସ ୨,୧୦,୧୬ ଓ ୨୪ ତାରିଖ କୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!