ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-2024 ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶନ

ନବରଂଗପୁର (AKN NEWS): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହ ରେ ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନୁଯାୟୀ ଜିଲ୍ଲାପାଳ ଡ଼ା ଶୁଭଂକର ମହାପାତ୍ରଙ୍କ ଉପସ୍ଥିତିରେ ଚିଠା ଭୋଟର ତାଲିକା ପ୍ରକାଶ କରାଗଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଶ୍ରୀ ନବୀନ ଚନ୍ଦ୍ର ନାୟକ, ସି ଡି ଓ ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର, ଡେପୁଟି କଲେକ୍ଟର ନିର୍ବାଚନ ପି ମନସ୍ମିତା,ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଜାତୀୟ କଂଗ୍ରେସରୁ ଶ୍ରୀ ମୁନା ତ୍ରିପାଠୀ ଏବଂ ଶ୍ରୀ ପ୍ରଦୀପ ସାହୁ,ବି ଜେ ପି ଦଳ ରୁ ଶ୍ରୀ ବାଙ୍କ ବିହାରୀ ବିଶୋଇ ଓ ବି ଜେ ଡି ଦଳ ରୁ ପ୍ରମୋଦ କୁମାର ରଥ ଙ୍କ ସହ ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଗୃହରେ ଜିଲ୍ଲାପାଳ ସଂଶୋଧନ କାର୍ଯ୍ୟକ୍ରମ ଉପରେ ବିଶେଷ ସୂଚନା ପ୍ରଦାନ କରିଥିଲେ।ଏହି ସଂଶୋଧନ କାର୍ଯ୍ୟକ୍ରମ ତା ୨୯.୧୦.୨୦୨୪ ରିଖ ରୁ ଆରମ୍ଭ ହୋଇ ତା ୨୮.୧୧.୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ।ଏହି ଅବଧି ମଧ୍ୟରେ ଭୋଟରମାନେ ଭୋଟର ତାଲିକାରେ ସଂଯୋଗିକରଣ,ସଂଶୋଧନ,ମୃତ,ଅନୁପସ୍ଥିତ, ସ୍ଥାନାନ୍ତରିତ ଭୋଟର ମାନଙ୍କ ସଂଶୋଧନ ସହ ପ୍ରକ୍ରିୟାକରଣ ପରେ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ୬.୧.୨୦୨୫ ରିଖ ରେ ପ୍ରକାଶ କରାଯିବ। ଏଥିରେ ଯୋଗ୍ୟତା ହାସଲ କରିଥିବା ଯୁବାବର୍ଗ ଆସନ୍ତା ୧ ଜାନୁଆରୀ,୧ ଏପ୍ରିଲ,୧ ଜୁଲାଇ ଏବଂ ୧ ଅକ୍ଟୋବର ୨୦୨୫ ସୁଦ୍ଧା ୧୮ ବର୍ଷ ହେବ,ସେମାନେ ଅଗ୍ରୀମ ଫର୍ମ ଭରି ଭୋଟର ତାଲିକା ରେ ପଞ୍ଜିକରଣ କରିପାରିବେ ଯାହା ନିର୍ଦ୍ଧିଷ୍ଟ ସମୟରେ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ରେ କରାଯିବ।ସୁଚନା ଅନୁସାରେ ୨୯.୧୦.୨୦୨୪ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶନ ଅନୁଯାୟୀ ୮,୫୬,୦୭୪ ଜଣ ଭୋଟର ପଞ୍ଜୀକରଣ ହୋଇଛନ୍ତି।ସେଥି ମଧ୍ୟରୁ ୪୨୩୧୨୯ ଜଣ ପୁରୁଷ,୪,୩୨,୮୮୨ ଜଣ ମହିଳା ଓ ତୃତୀୟ ଲିଙ୍ଗ ୬୩ ଜଣ ଅଛନ୍ତି।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


