ଓଡିଶା ଖବର

ମହାବୀର ମହୋତ୍ସବର ଚତୁର୍ଥ ଦିବସରେ ଜିଲ୍ଲାସ୍ତରୀୟ କବିତା ପାଠୋସବ ଶାନ୍ତି, ମୈତ୍ରୀ, ସଂହତି, ମଶାଲ ଶୋଭାଯାତ୍ରା, “ସ୍ମରଣୀକା ଗିରିଝର ଉନ୍ମୋଚନ”

ମହାବୀର ମହୋତ୍ସବର ଚତୁର୍ଥ ଦିବସରେ ଜିଲ୍ଲାସ୍ତରୀୟ କବିତା ପାଠୋସବ ଶାନ୍ତି, ମୈତ୍ରୀ, ସଂହତି, ମଶାଲ ଶୋଭାଯାତ୍ରା, “ସ୍ମରଣୀକା ଗିରିଝର ଉନ୍ମୋଚନ”
ଭବାନୀପାଟଣା, ତା.୧୧/୧୧ (AKN NEWS ):ସପ୍ତାହ ବ୍ୟାପି ଚାଲିଥିବା “ମହାବୀର ମହୋତ୍ସବ-୨୦୨୩”ର ଚତୁର୍ଥ ଦିବସରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ସକାଳ ୧୧ଘଣ୍ଟା ସମୟରେ ଆରମ୍ଭ ହୋଇ ଅପରାହ୍ନରେ ସମାପ୍ତ ହୋଇଥିଲା । ଏହି କବି ସମ୍ମିଳନୀର ମୁଖ୍ୟ ଅତିଥି ଭାବରେ ସୁ ସାହିତ୍ୟିକ ପୂର୍ବତନ ମନ୍ତ୍‌ୀ ରାସବାହାରି ବେହେରା ଯୋଗ ଦେଇଥିବା ବେଳେ ବର୍ଷିୟାନ କବୟତ୍ରୀ କଳ୍ପନା ରଥ ସଭାପତିତ୍ୱ କରିଥିଲେ । କବିତା ଆସର ଅନ୍ୟତମ ଅତିଥି ଭାବେ କବି ସନ୍ତୋଷ କୁମାର ଶତପଥି, ସଂଯୋଜକ ଭାବେ ଜିଲ୍ଲାର ଉଦିୟମାନ କବି ହେମନ୍ତ ସାହୁ ଓ କବୟତ୍ରୀ ସୁନିତି ମୁଣ୍ଡ ସଂଯୋଜନା କରିଥିଲେ । ଜିଲ୍ଲାର ବହୁ ବରିଷ୍ଠ କବି କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠକରି ଉପସ୍ଥିତ ଜନସାଧାରଣଙ୍କ ମନଜିଣି ନେଇଥିଲେ । ଅପରାହ୍ନ ୩ଘଣ୍ଟା ସମୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଶାନ୍ତି, ମୈତ୍ରୀ, ସଂହତିର ଏକ ଶୋଭାଯାତ୍ରା ଘୁମୁରା, ସଂକିର୍ତ୍ତନ, ଗଞ୍ଜାମର ପଶୁ ନୃତ୍ୟ, ଢୋଲ ମହୁରୀ ବାଦ୍ୟର ତାଳେ ତାଳେ କଳାହାଣ୍ଡି ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିର ପରିସରକୁ ଯାଇଥିଲା । ମନ୍ଦିରରେ ପୁର୍ଜାର୍ଚ୍ଚନା କରାଯାଇ ସେଠାରୁ ଏକ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଅନୁଷ୍ଠାନ ପରିସରରେ ପହଞ୍ôଚଥିଲା । ସନ୍ଧ୍ୟା ୬ଘଣ୍ଟା ସମୟରେ ମହାବୀର ରଙ୍ଗମଞ୍ଚରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ରାସବିହାରି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ଆସରରେ ଉଦ୍‌ଘାଟକ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ସଂଜୟ କୁମାର ଶତପଥି କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ଓ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ପୂର୍ବତନ ସୂଚନା ଲୋକ ସମ୍ପର୍କ ବିଭାଗର ସହ ନିର୍ଦ୍ଦେଶକ ଅଶୋକ କୁମାର ପାତ୍ର ଯୋଗଦେଇ ଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣୀକା “ଗିରିଝର”ଉନ୍ମୋଚନ କରାଯାଇଥିଲା ଏବଂ କୃତି ସନ୍ତାନମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରି ଗୌରବ ଅର୍ଜନ କରିଥିବା ସୁଶ୍ରୀ ଅନମୋଲ ଅଙ୍କିତା ଏବଂ ଆଫିୟା ବସିର, ଏ.କେ.ଏନ୍‌. ନ୍ୟୁଜ ଚ୍ୟାନେଲର ସଂପାଦକ ଅମିୟ କୁମାର ସାହୁଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ଏହା ପରେ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ସଂଜିବ ସିଂ, ସଂଯୋଜନା କରିଥିଲେ ଏବଂ ଉପସଭାପତି ସଂଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!