ଓଡିଶା ଖବର

ମହିଳା ଜନ ସୁରକ୍ଷା ମଞ୍ଚ,ତେନ୍ତୁଳିଖୁଣ୍ଟି ବ୍ଳକ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

(AKN NEWS): ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ପରଜା ବାରଙ୍ଗପଦର ଗ୍ରାମ ପଞ୍ଚାୟତ ଖାତିଗୁଡ଼ାଠାରେ, ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ଜନ ସଚେତନତା କାର୍ଯ୍ଯକ୍ରମ ଅନେକ ମହିଳା ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସାମ୍ବାଦିକ ସମ୍ମିଳନୀ ଓ ଜନ ସଚେତନତା କାର୍ଯ୍ଯକ୍ରମରେ ମହିଳା ଜନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା, ବ୍ଲକ୍ କୋର୍ଡିନେଟର ଶ୍ରୀ ଦିଲ୍ଲୀପ ଛତ୍ରିଆ ଜନସାଥୀ ଶ୍ରୀ ଅନୀଲ କୁମାର ଖୁରା, ଜନସାଥୀ ଶ୍ରୀମତୀ ମଞ୍ଜୁମଣି ଖରା, ଜନସାଥୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ ଛତ୍ରିଆ, ବ୍ଲକ୍ ସଭାପତି ଶ୍ରୀମତୀ ସୁବତି ଖୁରା, ଲମତାଗୁଡା ଗ୍ରାମପଞ୍ଚାୟତ ସଭାପତି ଶ୍ରୀ ଜଗତ ରାଜ୍ ହରିଜନ ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମବାସୀ ତଥା ଅନେକ ଯୁବ ଗୋଷ୍ଠୀଙ୍କୁ ସରକାରଙ୍କର ବହୁତ ଯୋଜନା ମାଧ୍ୟମରେ ଅବଗତ କରାଇଥିଲେ।

ତେନ୍ତୁଳିଖୁଣ୍ଟି ବ୍ଲକ୍ ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!