ମହିଳା ଜନ ସୁରକ୍ଷା ମଞ୍ଚ, ତରଫରୁ ସତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଠିତ

ମହିଳା ଜନ ସୁରକ୍ଷା ମଞ୍ଚ, ତରଫରୁ ସତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଠିତ
(AKN NEWS)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମକିୟା ସଦର ଗ୍ରାମପଞ୍ଚାୟତ ଠାରେ ମହିଳା ଜନ ସୁରକ୍ଷା ମଞ୍ଚ, ତରଫରୁ ମକିୟା ସଦର ଗ୍ରାମପଞ୍ଚାୟତ ସଭା ଗୃହ ଠାରେ ଏକ ସତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଟିତ ହୋଇଯାଇଛି। ଉକ୍ତ ସତନ୍ତ୍ର ମହିଳା ଗ୍ରାମସଭାରେ ମୁଖ୍ୟ ଅତିଥି ଭାବେ ମକିୟା ସଦର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଜଗତ ଜୀବନ ନାୟକ ଅନ୍ୟତମ ଅତିଥିଭାବେ ଗ୍ରାମସଭା ବି,ଏଲ୍,ସି ଓ ଜି,ପି,ଏଲ୍,ସି ମେମ୍ବର୍ ଏବଂ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ଥାଇ ଗ୍ରାମରେ ଦେଖାଦେଇ ଥିବା ଅନେକ ସମସ୍ୟା ବିଷୟରେ ଆଲଚନା କରିଥିଲେ।
ଗ୍ରାମରେ ପିଇବା ସୁଧ ପାନୀୟଜଳ ଅଭାବ ଅଙ୍ଗୱାଡ଼ି କେନ୍ଦ୍ରରେ ପିଇବା ପାଣି ଶୌଚାଳୟର ବେବସ୍ତା ଓ ସ୍କୁଲ୍ ଗୃହରେ ପିଲାଙ୍କ ପାଇଁ ଶୌଚାଳୟର ବେବସ୍ତା ଗ୍ରାମରେ ରାସ୍ତା ଡ୍ରେନ ଏଭଳି ଅନେକ ସମସ୍ୟା ରହିଥିବା ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ସତନ୍ତ୍ର ମହିଳା ଗ୍ରାମସଭାର ଆୟାଜକ ସଭାପତି ଶ୍ରୀମତୀ ଚମ୍ପା ଭୋତ୍ରା ସେକ୍ରେଟାରୀ ଶ୍ରୀମତୀ ସବିତା ହରିଜନ, କୋଷା,,ଶ୍ରୀମତୀ ଜୟାତୀ ଭୋତ୍ରା , ଜନସାଥି ଶ୍ରୀମତି, ନମିତା ଜାନୀ ,ପ୍ରମୁଖ ଉପସ୍ଥିତ ଥାଇ ଆୟଜକ ମହିଳା ଜନ ସୁରକ୍ଷା ମଞ୍ଚ, ତରଫରୁ ସତନ୍ତ୍ର ମହିଳା ଗ୍ରାମସଭା ଆୟାଜନକରି ଗ୍ରାମର ଶତାଧିକ ମହିଳାଙ୍କୁ ସଚେତନ କରିଥିବା ପ୍ରକାଶ ପାଇଛି। ଏହା କେତେଦୂର କାର୍ଯ୍ୟକାରି କରୁଛନ୍ତି ,ନୂତନ ମୋହନ୍ ସରକାର ତାହା ଦେଖାଇବାକୁ ରହିଲା ବାକି।
ନବରଙ୍ଗପୁର ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS


