ଓଡିଶା ଖବର

ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା : ଉତ୍ତିଷ୍ଠତରେ ” ଯୁବ ରେଡକ୍ରସ : ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତାର ତ୍ରିବେଣୀ ସଙ୍ଗମ “

ଭବାନୀପାଟଣା ତା- ୯.୫.୨୫.                              (AKN NEWS):ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପ୍ରେରଣାଦାୟୀ ନିରବଚ୍ଛିନ୍ନ ବକୃତାମାଳା “ଉତ୍ତିଷ୍ଠତ” ର ୨୦୯ତମ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ନିବେଦିତା ନାଥଙ୍କ ସଭାପତିତ୍ବରେ ଆୟୋଜିତ ବକ୍ତୃତା ମାଳାରେ ନିମନ୍ତ୍ରିତ ବକ୍ତା ଭାବେ ଉଚ୍ଚଶିକ୍ଷା ବିଭାଗର ଉପ-ସଚିବ ତଥା ଓଡ଼ିଶା ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ବିକାଶରେ ଯୁବ ରେଡକ୍ରସର ଭୂମିକା ବିଷୟରେ ଆଲୋଚନା କରିବା ସହ କଳାହାଣ୍ଡି ଜିଲ୍ଲା ଯୁବ ରେଡ଼କ୍ରସର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ବରେ ଆୟୋଜିତ ଆଭାସୀ ବକୃତା ମାଳାରେ ସୁଶ୍ରୀ ଲିପ୍ସା ମହାରଣା ସ୍ବାଗତ ସଂଗୀତଗାନ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଶି କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଜଣେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ,ବିଭିନ୍ନ ଜିଲ୍ଲାର ଯୁବ ରେଡକ୍ରସ ପରାମର୍ଶଦାତା, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ, ଅଧ୍ୟାପିକା ଓ ଯୁବ ରେଡକ୍ରସ ସ୍ବେଛାସେବୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!