ମାଆ ଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର (AKN NEWS):ସାରା ରାଜ୍ୟରେ ଏକ୍ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ର ୧୧ ଗୋଟି ଗ୍ରାମ ପଂଚାୟତର ବିଭିନ୍ନ ସରକାରୀ ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ବେସରକାରୀ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଛି।
ଏହି କ୍ରମରେ ବି ମାଳି ଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଚିଲିଗୁଡା ସ୍ଥିତ ସରକାରୀପ୍ରାଥମିକ ବିଦ୍ୟାଳୟ ଚିଲିଗୁଡା, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବି ମାଳି ଗୁଡା,ବସୁଧା ପାନୀୟ ଜଳ ଯୋଗାଣ ଗୃହ ବି ମାଳି ଗୁଡା,ଚିଲିଗୁଡା, ପାଇକ ମିନିଗୁଡ଼ି, ପରଜା ମିନିଗୁଡ଼ି ପାଇକ ମିନିଗୁଡ଼ି ସ୍କୁଲ, ପରଜାମିନିଗୁଡ଼ି ସ୍କୁଲ, ପରିସର ମଧ୍ୟରେ ଗଛ ଲଗାଯାଇଛି।ଏହିଭଳି ଗାଁ ର ରାସ୍ତା ଦୁଇ କୋଡ଼ରେ ଗଛ ଲଗେଇଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉତ୍କଳ ଭତରା କହିଛନ୍ତି। ଏଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉତ୍କଳ ଭତ୍ରା,ଏ ସି ଡି ଇ ଓ ସିତାକାନ୍ତ ତ୍ରିପାଠୀ ଗାଁ ଗାଁ କୁ ଯାଇ ବୃକ୍ଷ ରୋପଣ କରିଥିଲେ। ପଂଚାୟତ ର ଚାରି ଗୋଟି ଗାଁ ରେ 500ଶହ ଗଛ ଲଗାଇବା ପାଇଁ ଅନୁମତି ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଉତ୍କଳ ଭତ୍ରା କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସି ଯଥା ଲଚ୍ଛମନ ପଣ୍ଡା, ଡମ୍ବରୁ ମାଳି, ନାଥ ହରିଜନ,ରତ୍ନାକର ପୂଜାରୀ, ବନମାଳୀ ମାଳି ଏବଂ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


