ଓଡିଶା ଖବର

ମାଲ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

(AKN NEWS):ମାଲ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଭବାନୀପାଟଣା ଭାବ ବିହ୍ଵଳ ପରିବେଶ ,ସମସ୍ତ୍ ଙ୍କ ଆଖିରେ ଲୁହ ପ୍ରିୟ ଗୁରୁମା ଙ୍କ ବିଦାୟ ସତେ ଯେମିତି ଛାତ୍ର ଛାତ୍ରୀ, ଗ୍ରାମବାସୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବ୍ୟଥିତ କରିଛି. ସେ କେବଳ ଶିକ୍ଷୟିତ୍ରୀ ନଥିଲେ ଉପଦେଷ୍ଟା ପ୍ରେରଣା ଦାୟକ ତଥା ମାର୍ଗ ଦର୍ଶକ ଭାବେ ଗାଁର ଛାତ୍ର ଛାତ୍ରୀ ଙ୍କୁ ଦିଗ୍ ଦର୍ଶନ ଦେଉଥିଲେ। ସେଭଳି ଗୁରୁମା ଶ୍ରୀମତୀ ବିଦୁଲତା ଦାଶ ଅବସର ଗ୍ରହଣ କରିଛନ୍ତି. ଏ ପରିପ୍ରେକ୍ଷୀରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାଙ୍ଗଣରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ବିଦୁଲତା ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵରେ ଥିବା ମୋନାଲିସା ପୁରୋହିତ ଙ୍କ ଅଧକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗ୍ରାମ ବାସୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀମତୀ ଦାଶ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇ ତାଙ୍କ ର ସୁଗୁଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ରୀନା ଚୌଧୁରୀ, ମମତା ବିଶି, ନିକିତା ଭୋଇ, ସୁନିତା ଦାଶ, ମୀନତି ସେନାପତି, ସସ୍ମିତା ପ୍ରଧାନ, ପ୍ରଣିତା ମହାପାତ୍ର, ଅନ୍ବେଷା ନନ୍ଦ,ଚନ୍ଦ୍ରିକା ମହାପାତ୍ର, ରଜନିକାନ୍ତ ମାଝୀ,ଟିକେଲାଲ ରଣା, ହିମାଞ୍ଚଳ ମେହେର ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ. ପ୍ରଧାନ ଶିକ୍ଷୟିତ୍ରୀ ରୀନା ପାଣିଗ୍ରାହୀ ବୀଦେଶ ଗ୍ରସ୍ତରେ ଥିଲେ ବି ଭିଡିଓ କନଫରେନ୍ସ ମାଧ୍ୟମରେ ଶ୍ରୀମତୀ ଦାଶ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!