ମା ହିଙ୍ଗୁଳା ପାନୀୟ ଜଳ କମିଟି

ଅନୁଗୋଳ(AKN NEWS):(୨୦/୦୪/୨୫) ରିଖ ଚଳିତ ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ଇଂ.ତା-୧୧.୦୪.୨୦୨୫ ଠାରୁ ୧୯.୦୪.୨୦୨୫ ରିଖ ପର୍ଯ୍ୟନ୍ତ ନଅ ଦିନ ଧରି ହିଙ୍ଗୁଳା ମା’ ଙ୍କ ଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ଯାତ୍ରାରେ ତାଳଚେର ସ୍ଥିତ ଜାମ୍ବୁବାହାଳୀ ଗ୍ରାମର ମା’ ହିଙ୍ଗୁଳା ପାନୀୟ ଜଳ କମିଟି ତରଫରୁ ନଅ ଦିନ ଧରି ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଥଣ୍ଡା, ସରବତ, ପିଇବା ପାଣି, ତରଭୁଜ, ଅନ୍ନ ଏବଂ ବସ୍ତ୍ର ଦାନ ସେବା ଯୋଗାଇ ଦେଇ ଆସୁଛନ୍ତି, ଭରତପୁର ସି.ଏଚ୍.ପି ଛକ ନିକଟରେ, ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମା’ ହିଙ୍ଗୁଳା ପାନୀୟ ଜଳ କମିଟି ତରଫରୁ, ଏ କମିଟିର ନିରବିଛିନ୍ନ ଭାବରେ ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହି ସେବା ଯୋଗାଇ ଦେଇଆସୁଛନ୍ତି, ସେମାନେ ହେଲେ ସୁସାନ୍ତ ରଣା, ଦୁର୍ଗା ସତପଥି, ବିରେନ ଭୁତିଆ, ମୁନା ବେହେରା, ସୁଜିତ ବେହେରା, ଗାମା ମୁଦୁଲୀ, ଭୁଣ୍ଡ ରଣା, ଯୁଗିନାଥ ମୁଦୁଲି, ପଣ୍ଡିତ ଭୁତିଆ, ପ୍ରସାନ୍ତ ବେହେରା, ବାଦଲ ଦାସ ଏବଂ ମକୁ ବେହେରା ।
ଅନୁଗୋଳରୁ କାଳନ୍ଦୀ ବେହେରାଙ୍କ ରିପୋର୍ଟ AKN NEWS


