ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ ଅନୁଷ୍ଠିତ

(AKN NEWS): ଆଜି ନୁଆପଡା ସଦର ସଦଭାବନା ଗ୍ରୁହ ଠାରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଅନ୍ଚଲର ସ୍ୱୟଂ ସହାୟକ ଗୋଷ୍ଠୀ ମାନକଂ ରୁ ଅନୁନ୍ୟ ୫୦ ଜଣ ସଦସ୍ୟା ଅଂଶ ଗ୍ରହଣ କରି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ , ଏହି କାର୍ଯ୍ୟକ୍ରମ କୁ ଡି. ପି. ସି ରାମ ତାଣ୍ଡି ପରିଚାଲନା କରିଥିବା ବେଳେ, ମୁଖ୍ଯ ଅତିଥି ଭାବରେ ପି. ଡି. ଡି. ଆର. ଡି. ଏ ମାନନୀୟା ମଧୁ ଛନ୍ଦା ସାହୁ ଯୋଗଦାନ କରିଥିଲେ ସମ୍ମାନିତ ଅତିଥି ଭାବରେ ଡି. ଏସ. ଡବ୍ଲ୍ୟୁ. ମନ କୁମାରୀ ଲେମ୍ବୁ, ବ୍ଲକ ଅଧ୍ଯକ୍ଷ୍ଯା ତାରେଶ୍ୱରୀ ସାହୁ, ନିର୍ଣାୟକ ମଣ୍ଡଳୀ ଭାବରେ ଗାୟକ ପ୍ରତାପ ସାହୁ ଓ ପ୍ରଦିପ ସେଠ ଅଂଶ ଗ୍ରହଣ କରିଥିଲେ ନିର୍ଣାୟକ ମଣ୍ଡଳୀ ର ବିଚାର କ୍ରମେ ଖଡିଆଳ ଏନ ଏ ସି ସ୍ୱୟଂ ଶକ୍ତି ମହିଳା ମହାସଂଘ ର ସଭାନେତ୍ରୀ ତଥା ୱାର୍ଡ ନଂ ୯ ର ବିଶ୍ୱ ମା ଭଗବତୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ ଶ୍ରୀମତୀ ମମତା ମଞରୀ ଥପା ପ୍ରଥମ ସ୍ଥାନ ଅଧିକାର କରିଥିଲେ,
ମିଶନ ଶକ୍ତି ବିଭାଗ ର ଏ ପ୍ରକାର ଉତ୍ସାହ ବର୍ଧନ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନକଂ ମଧ୍ଯରେ ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ପାଇଁ କରାଯାଉଥିବା କାର୍ଯ୍ୟକ୍ରମ କୁ ଅତିଥି ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ଭୁରିଭୁରି ପ୍ରଶଂସା କରିଥିଲେ
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


