ଓଡିଶା ଖବର
ମେଦିନୀପୁର ଠାରେ ରାଜରାସ୍ତା ପାର୍ଶ୍ୱ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ମେଦିନୀପୁର କ୍ରିକେଟ ଆସୋସିଏସନ ତରଫରୁ ଆୟୋଜନ

(AKN NEWS): ଆଜି ଭବାନୀପାଟଣା ବ୍ଲକ ର ମେଦିନୀପୁର ଠାରେ ରାଜରାସ୍ତା ପାର୍ଶ୍ୱ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ମେଦିନୀପୁର କ୍ରିକେଟ ଆସୋସିଏସନ ତରଫରୁ ଆୟୋଜନ ହେଉଥିବା ଟେନିସ ବଲ କ୍ରିକେଟ ପ୍ରତିଯୋଗିତାରେ କଳାହାଣ୍ଡି ବ୍ୟାଡ଼ମିନ୍ଟନ ସଂଘ ର ସଭାପତି ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୁଇ ଦଳର ଖେଳାଳି ତଥା ଆୟୋଜକବୃନ୍ଦଙ୍କୁ ଏହି ସୁନ୍ଦର ପ୍ରତିଯୋଗିତା ପାଇଁ ଧନ୍ୟବାଦ ଦେବାସହ ଉତ୍ସIହିତ କରିଥିଲେ I
ଥୁଆପଦର ଏବଂ ମେଦିନୀପୁର ମଧ୍ୟରେ ଚାଲିଥିବା ଏହି ଗୁରୁତ୍ୱପୁର୍ଣ ମ୍ୟାଚ ରେ ମେଦିନୀପୁର ବିଜୟୀ ହୋଇଥିଲା I
ଆୟୋଜକ କମିଟି ତରଫରୁ ନିତିନ କୁମାର ସିଂ, ଆଲୋକ କୁମାର ନନ୍ଦ, ସୁମିତ କୁମାର ପଟ୍ଟନାୟକ, ଦୀପକ କୁମାର ସାହୁ, ଯଶୋବନ୍ତ ପଟ୍ଟନାୟକ(ଡିସୁ ), ସୁରେଶ ଶବର, ରୁପଧର ସାହୁ, ଭୂତେଶ୍ୱର ସାହୁ, ସଂଗ୍ରାମ ସାହୁ ଆଦି ସଦସ୍ୟ ଗଣ ସହଯୋଗ କରୁଛନ୍ତି I
ବ୍ୟୁରୋ ରିପୋର୍ଟ AKN NEWS


