ଓଡିଶା ଖବର

ମେଦିନୀପୁର ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ।

ମେଦିନୀପୁର ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ।
ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍) ତାରିଖ ୨୦.୧୨.୨୩: ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ବିଦ୍ୟାଳୟ ର ଖେଳ ପଡିଆ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମୂଖ୍ୟ ଅତିଥି , ମୁଖ୍ୟବକ୍ତା ଆଚାରୀ ଶବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ନାଏକ, ଜଗଦୀଶ ପ୍ରସାଦ ମୁଣ୍ଡ , ଆଶିଷ ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟି ଉପା ଅକ୍ଷ , କ୍ରୀଡାବିତ୍ ପ୍ରବୀଣ କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ଦାସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଳସୀ ରାମ ସାହୁ, ଶିକ୍ଷକ ନେତା ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ଙ୍କ ଠାରୁ ମଶାଲ ଗ୍ରହଣ ,କ୍ରୀଡା ଧ୍ଵଜା ଉତ୍ତୋଳନ ପୂର୍ବକ କ୍ରୀଡା ଉତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ପ୍ୟାରେଡ, ଅଭିବାଦନ ଗ୍ରହଣ ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପିରାମିଡ୍, ମାର୍ଚ୍ଚ ଡ୍ରିଲ୍ ପ୍ରଦର୍ଶନ ପରେ ମୁଖ୍ୟଅତିଥି ଶ୍ରୀ ବେହେରା କ୍ଲାପର ମାରି ଖେଳ କୁଦ ଆରମ୍ଭ କରିଥିଲେ। ପ୍ରଥମ ଦିବସରେ ଦୌଡ, ବେଲୁନ ଫୁଟା,ବଲ ଫିଙ୍ଗା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଦିବସ ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୁବେ ମୂଖ୍ୟ ବକ୍ତା, ଦେବେନ୍ଦ୍ର କୁମାର ବିଶି ଜିଲ୍ଲା ପ୍ରତିନିଧି ଦୈନିକ ସମ୍ବାଦପତ୍ର ସମ୍ବାଦ, ସମ୍ମାନିତ ଅତିଥି, ରାଜେନ୍ଦ୍ର କୁମାର ସିଂହ ଦେଓ ଓଟିଭି ଜିଲ୍ଲା ପ୍ରତିନିଧି, ସନ୍ତୋଷ କୁମାର ଦାଶ ସମିତି ସଭ୍ୟ, ଦେବରାଜ ସାହୁ ୱ।ଡ଼ ମେମ୍ବର,, ବରିଷ୍ଠ ଶିକ୍ଷକ ଜଗନ୍ନାଥ ତ୍ରିପାଠୀ, ଶିକ୍ଷକ ନେତା ଭୃକୁଟି ଗଉଡ, ଦୁର୍ଯ୍ୟୋଧନ ମାଝୀ, ବରିଷ୍ଠ ଶିକ୍ଷୟିତ୍ରୀ ରୀନା ମହାପାତ୍ର,ସୁନୀତି ମୁଣ୍ଡ, ,ଗୌରୀ ଶୁକ୍ଳ।, ଜ୍ୟୋସ୍ନା ମୟୀ ଦୋରା, ସଭ୍ୟା ମଞ୍ଜରୀ ପଟ୍ଟନାୟକ, ଶିକ୍ଷକ ଅନିଲ ଶମା, ସୂର୍ଯ୍ୟ ନାରାୟଣ ଦାସ, ଆଞ୍ଚଳିକ ସାଧନ ସଞୋଜକ ତୁଳସୀ ରାମ ସାହୁ, ଧନଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ଙ୍କ ଠାରୁ ଅଭିବାଦନ ଗ୍ରହଣ ପୂର୍ବକ ଧ୍ଵଜା ଅବତରଣ, ଜ୍ୟୋତି ନିର୍ବାପନ, କବାଡି ପ୍ରତିଯୋଗିତା ସହ ଅନ୍ୟାନ୍ୟ ଖେଳ କୁଦ ଉପଭୋଗ କରିଥିଲେ ଏବଂ କୃତି ପ୍ରତିଯୋଗୀ ମାନ ଙ୍କୁ ପୁରସ୍କାର ବିତରଣ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଠାରୁ କ୍ରୀଡା ଧ୍ଵଜା ସ୍ବୀକାର ପରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ପ୍ରତିଶୃତି ଦେବା ପରେ ଖେଳ ପଡ଼ିଆରେ ଆତସବାଜି ଏବଂ ବିଦାୟୀ ସଞ୍ଚାଳନ ରେ ଛାତ୍ରଛାତ୍ରୀ, ଙ୍କ ସହିତ ମୁଖ୍ୟ ଅତିଥି ଙ୍କ ସହିତ ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ କ୍ରୀଡ଼ା ମମହୋତ୍ସବ ର ଉଦଯାପନ କରି ଥିଲେ। ଉକ୍ତ ଦୁଇ ଦିନିଆ ଏହି ମହୋତ୍ସବ ସମଗ୍ର ମେଦିନୀପୁର ଗ୍ରାମ କୁ ଉତ୍ସବ ମୁଖରିତ କରିଥିଲା। ମଶାଲ ଶୋଭାଯାତ୍ରା ର ଆକର୍ଷଣ ଏବଂ କୁନି କ୍ରୀଡା ବିତ୍ ମାନଙ୍କ ର ଉଚ୍ଚକୋଟୀର କ୍ରୀଡ଼ା ପ୍ରଦର୍ଶନ କ ପ୍ରଶଂସା ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।ଜନ ମାନସରେ କାର୍ଯ୍ୟ କ୍ରମ ର ଭୂୟ ପ୍ରଶଂସା, ବିଦ୍ୟାଳୟ ର ସମସ୍ତ ଶିକ୍ଷକ – ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଙ୍କୁ ଦ୍ଵିଗୁଣିତ ଉତ୍ସାହିତ କରିଥିଲା। ଉକ୍ତ ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ପରିଚାଳନା କରିଥିବା ସ୍ଥଳେ, ଶିକ୍ଷୟିତ୍ରୀ ପ୍ରତିଭା ଦାଶ, କଲ୍ୟାଣୀ ଦାସ, ନିଶାମଣି ଦେଇ, ଗୀତା ଞ୍ଜଳୀ ସିଂ ଦେଓ, ଯମୁନା ଛତ୍ରୀୟା ଓ ସଂଞ୍ଜୁକ୍ତା ଦାଗ ପ୍ରମୁଖ ସହଯୋଗ କରି ମଶାଲ ଶୋଭାଯାତ୍ରା, ଅତିଥି ସ୍ବାଗତ, ଖେଳ କୁଦ ଇତ୍ୟାଦି ପରିଚାଳନା କରିଥିଲେ। ବିଦ୍ୟାଳୟ କ୍ୟାପଟେନ ସମୀକ୍ଷା ଦୀପ ଓ କମାଣ୍ଡର କରନ ହିଆଲ କ୍ରୀଡା ଉତ୍ସବ ର ନାରା ବାଜି ସହ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!