ଯୁବନେତା ମଣ୍ଟୁ ନାଏକଙ୍କ ନେତୃତ୍ୱରେ ପଥର୍ଲା ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ l

(AKN NEWS): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକ ପଥର୍ଲା ପଞ୍ଚାୟତର ବାହାଦୁର ପଦର ଗାଁ ଠାରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ଅଧିବାସୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ନାଏକ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଯଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ କିଭଳି ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ।
ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଏହା ସହିତ ଗାଁ ର ଘରକୁ ଘର ବୁଲି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହାତକୁ ନେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ନେତ୍ରୀ କାନ୍ତି ପୋଡ , ଜୟନ୍ତୀ ବାଗ, ଗୁଲାପି ବାଗ, ଜୁଲି ଛୁରା, ଜୋସ୍ନା ପୋଡ, ହେମନ୍ତି ଛୁରା , ସମାଜସେବୀ ସତ୍ୟ ଖର୍ସେଲ, ମହିପାଲ ପୋଡ, ଯୁବ ନେତା ଲମ୍ବୋଦର ସୁନା, ଆଶୁତୋଷ ବେହେରା, ସବିର ନାଏକ, ଯୁବ -ଛାତ୍ର ମହିଳା ଏବଂ ବରିଷ୍ଠ କର୍ମକର୍ତ୍ତା ତଥା ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


