ଯୋଜନାର ପଚାଶ ବର୍ଷ ପରେ ମଧ୍ୟ ସରକାରୀ ମାନ୍ୟତାରୁ ବଞ୍ଚିତ ଅଙ୍ଗନବାଡି କର୍ମୀ

ନବରଙ୍ଗପୁର (AKN NEWS):ରାଜ୍ୟରେ ଗୋଟିଏ ଯୋଜନାର ପଚାଶ ହେବାକୁ ଯାଉଛି କିନ୍ତୁ ଦୁଃଖ ଓ ପରିତାପର ବିଷୟରେ ଏବେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ରୁ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି l ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ରାଜ୍ୟ ସଂଘରନିଷ୍ପତ୍ତି ପ୍ରକାରେ ନବରଙ୍ଗପୁର ଜିଲ୍ଲାର ଅଙ୍ଗନୱାଡି କର୍ମୀ ମାନଙ୍କର ଏକ ସଭାଯାତ୍ରା ମାଝୀଗୁଡା ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଭିକ୍ଷଭ ପ୍ରଦର୍ଶନ କରି ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନ ମନ୍ତ୍ରୀ,ନ୍ୟୁଦୀଲ୍ଲି, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ଭୁବନେଶ୍ବର ଓ ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବାକାଶ ଓ ମିଶନ ଶକ୍ତି ମନ୍ତ୍ରୀ, ଓଡିଶା ସରକାର ଭୁବନେଶ୍ବରଙ୍କୁ ୭ ଦଫା ଦାବୀ ପତ୍ର ନବରଙ୍ଗପୁର ଜିଲ୍ଲା ପାଳ ଙ୍କ ଜରିଆରେ ପ୍ରେରଣ କରାଗଲା ।
ଏଥିରେ ଭାରତୀୟ ମଜଦୁର ସଂଘ ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ, ଜିଲ୍ଲା ଉପଦେଷ୍ଟା: ଶ୍ରୀଯୁକ୍ତ ପରମେଶ୍ବର ବିଷୋୟୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଅଙ୍ଗନବାଡି ସଂଘ ଜିଲ୍ଲା ସଭାନେତ୍ରୀ ଛବିଳ କୁମାରୀ ମାଝୀ,ସମ୍ପାଦିକା ଉମା ନାୟକ ଓ କୋଷାଧ୍ୟକ୍ଷା ଯମୁନା ଭତରା ଓ ଉପଦେଷ୍ଟା ମମତା ବ୍ରହ୍ମା, ସନ୍ଧ୍ୟାରାଣୀ ବିଶ୍ବାଳ, ସଂଗଠନ ସମ୍ପାଦିକା ଭାଗ୍ୟବତୀ ଷଡଙ୍ଗୀ ପରିଚାଳନା କରିଥିଲେ। ପୋଷଣ ଟ୍ରାକରରେ ଏଫ ଆର ଏସ ସମୟରେ ହେଉଥିବା ସମସ୍ୟା ମଧ୍ୟରେ ନେଟୱାର୍କ ସମସ୍ୟା HighscdleVerson, କାର୍ଯ୍ୟକରିବାକୁ ଉତ୍ତମ ମୋବାଇଲର ଅଭାବ,ଆଧାର ସହିତ ମୋବାଇଲ ଲିଙ୍କ ନଥିବା, ନେଟୱାର୍କପ୍ରବଲମ ହିତାଧିକାରି ବାରମ୍ବାର ଫେରିବା, ଫୋଟ ମେଚ ନ କରିବା ଇତ୍ୟାଦି l ଏଣୁ ଉନ୍ନତ ମାନର ମୋବାଇଲ ସହିତ ଉନ୍ନତମାନର ନେଟୱାର୍କ ସହିତ ଵାଇଫାଇର ବ୍ୟବସ୍ଥା କରିବା,ତିନି ମାସରେ ରିଚାର୍ଜ ବାବଦକୁ ଟ୯୦୦/-ଙ୍କା ଯୋଗଇବା ସହିତ ଛଅ ମାସକୁ ଥରେ ଫେସ କେପଚର କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ l
ପ୍ରତି ଶନିବାର କିଶୋରି ବାଳିକା ମାନଙ୍କ ନିମନ୍ତେ l ଏନଏସପି ଯୋଜନାରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବ୍ୟବସ୍ଥା କରିବା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ କିନ୍ତୁ ଏହି ଯୋଜନାରେ ଆସୁଥିବା ଅର୍ଥ ରାଶି ଜଇଣ୍ଟ ଏକାଉଣ୍ଟରେ ପୁର୍ବରୁ ଜମା କରାଯାଉ । ସିଝା ଅଣ୍ଡା ନିମନ୍ତେ ଜାଳାଣୀ ପାଇଁ କେଉଁ ରାଶିରୁ ଖର୍ଚ୍ଚ କରିବୁ ତାହାର ସ୍ପଷ୍ଟ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ। ପ୍ରତି ବ୍ଲକରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଉ l ହିତାଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଉନ୍ନତ ମାନରଯୋଗାଇ ଦିଆଯାଉ, ଓ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ସମସ୍ତ ଛତୁଆ ୟୁନିଟକୁ ପରିବର୍ତ୍ତନ କରାଯାଉ। ଅଙ୍ଗନୱାଡିର ନିଜସ୍ବଗୃହ ନିର୍ମାଣରେ ଆସୁଥିବା ଅର୍ଥ ରାଶି ବୃଦ୍ଧି କରି ପୁର୍ବ ଭଳି ନିର୍ମାଣ ନକରି ଉନ୍ନତ ମାନର କେନ୍ଦ୍ର ଗୃହ ସହିତ ଜଳ ଯୋଗାଣ ସହବିଦ୍ୟୁତ ସଂଯୋଗୀ କରଣ କରାଯାଉ।ଅଙ୍ଗନୱାଡି କାର୍ଯ୍ୟକରୁଥିବା ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମୃତ୍ୟୁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ସହିତ ତାଙ୍କ ପରିବାରର ଜଣଙ୍କୁ ସେହି ସ୍ଥାନରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଉ। ଓ ଡିସଏଙ୍ଗଜ ଵାର୍ଡକୁ ଉଛେଦ କରି ଅବସରକାଳୀନ ପଦ ବ୍ୟବହାର କରାଯାଉ ଓ ଅବସର କାଳିନ ସହାୟତା ରାଶିତୁରନ୍ତ ପ୍ରଦାନ କରାଯାଉ। ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ତୁରନ୍ତ ଲାଗୁକରି କର୍ମି ଓ ସହାୟିକାଙ୍କ କାର୍ଯ୍ୟ ଦକ୍ଷତାକରିବା ଦିଗରେ ଚେଷ୍ଟା କରିବା ସହିତ ଯୋଗ୍ୟତା ଭିତିରେ ସୁପରଭାଇଜର ପଦବୀ ଓ ନ୍ୟୁ ଏଜୁକେସନପଲିସିରେ ଆଦେଶ ଦେବାର ବ୍ୟବସ୍ଥା କରାଯାଉ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


