ଓଡିଶା ଡ୍ରାଇଭର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ |

ନବରଙ୍ଗପୁର ( AKN NEWS ):ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ବୈଠକରେ ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଡ୍ରାଇଭର ମହାସଙ୍ଘ ଗଠନ କରିବାର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ସଙ୍ଘର ନୀତି ଆଦର୍ଶ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ତତ୍ ସହିତ ଗାଡି ମଟର ଚଳେଇଲା ବେଳେ ମଦ୍ୟପାନ ନକରିବା, ଅତି ଦ୍ରୁତ ଗତିରେ ଗାଡି ନଚଳେଇବା ଓ ଯେତେବେଳେ ବି ଗାଡି ଚଳେଇବାକୁ ଯିବେ ନିଜ ୟୁନିଫର୍ମ ରେ ଯିବେ ବୋଲି ପରାମର୍ଶ ଦେଇଥିଲେ |ତତ ବ୍ୟତୀତ ସମସ୍ତ ସରକାରୀ ନିୟମ ମାନି ଚଲିବା ଓ ପ୍ରତି ବ୍ଲକ ଓ ପ୍ରତି ପଂଚାୟତ ମାନଙ୍କରେ ସଙ୍ଘର ଶାଖା ସବୁ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ |ଆଜିର ଏହି ବୈଠକରେ ଶତାଧିକ ଡ୍ରାଇଭର ଓ କର୍ମକର୍ତା ଯୋଗ ଦେଇଥିବା ବେଳେ ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଶୁଭମ ରାଓ, ଉପ ସଭାପତି ସୁକାନ୍ତ ସିନ୍ଦାର, ସମ୍ପାଦକ ତାପସ ମଲ୍ଲିକ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ପାରି, କୋଷାଦକ୍ଷ ମଧୁସୂଦନ ରାଓଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସଂଘର କର୍ମକର୍ତ୍ତା ମାନେ ବହୁମାତ୍ରାରେ ଯୋଗ ଦେଇଥିଲେ |
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


