ଓଡିଶା ଖବର

ରକ୍ତ ର ଆବଶ୍ୟକତା ପୂରଣ କରୁଛି “ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍,” କଳାହାଣ୍ଡି ପରିବାର 

(AKN NEWS): କରୋନା ର ପ୍ରକୋପ ସମୟ ରୁ ନିଃସ୍ୱାର୍ଥପର ଭାବନା ରଖି ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ର ସେବା କାର୍ଯ୍ୟ ସମ୍ପାଦନ କରିଆସୁଛି କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼, ସମ୍ୱଲପୁର, କୋରାପୁଟ ରାୟଗଡ଼ା, କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ଜିଲ୍ଲା ସହିତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ଛତିଶଗଡ଼ ରାଜ୍ୟର ରାୟପୁର ର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀ କୁ ଜରୁରୀକାଳୀନ ସମୟରେ ରକ୍ତର ଆବଶ୍ୟକତା ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍,କଳାହାଣ୍ଡି ପରିବାର ର ସଦସ୍ୟମାନେ ପୂରଣ କରିବାର ଭରପୁର ପ୍ରୟାସ କରିବାର ଦେଖିବାକୁ ମିଳୁଛି ‌ । ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ଜୟପାଟଣା ବ୍ଳକ ଅନ୍ତର୍ଗତ ଭିଜିଗୁଡା ଗାଁ ର ଅସହାୟ ମହିଳା ର ସନ୍ଦୀପ ନାଏକ ୮ ବର୍ଷ ର ପୁଅ କୁ ଅତ୍ୟନ୍ତ ଜରୁରୀକାଳୀନ ରକ୍ତର ଆବଶ୍ୟକତା ସୂଚନା ପାଇଁ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ସଙ୍ଗଠନ ର ଦୃଣ ଭର୍ତିଆ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଅସହାୟ ପରିବାର କୁ ସହଯୋଗ କରିଥିଲେ। ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ର ପ୍ରତିଷ୍ଠାତା ଶ୍ରୀ ଉମାକାନ୍ତ ସୁନାନୀ, ସମ୍ପାଦକ ରିଙ୍କୁ ମଙ୍ଗରାଜ, ଧନୁର୍ଜୟ ବାଗ ପ୍ରମୁଖ ରକ୍ତଦାତାଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ନିଃସ୍ୱାର୍ଥପର ସେବା ମନୋବୃତ୍ତି କରିବା ପାଇଁ ଇଛୁକ ଥିବା ବ୍ୟକ୍ତି ଙ୍କୁ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ସଙ୍ଗଠନ ରେ ଯୋଡ଼ିତ ହେବାକୁ ନିବେଦନ କରିଛନ୍ତି ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!