ଓଡିଶା ଖବର

ରଥଯାତ୍ରା ପାଇଁ ସିପିଆର ତାଲିମ

ପୁରୀ(AKN NEWS):ପୁରୀ ରଥଯାତ୍ରା ରେ ଲକ୍ଷ ଲକ୍ଷ ଲୋକ ଙ୍କ ସମାଗମ ହୋଇ ଥାଏ।ତେଣୁ ଏହି ବିପୁଳ ଜନ ସମାଗମରେ ସ୍ବାସ୍ଥ୍ୟ ସମସ୍ୟା ର ଆଶଙ୍କା କୁ ଏଡେଇ ଦିଆ ଯାଇ ନ ପାରେ।ଏହି ସମୟରେ କୌଣସି ବ୍ୟକ୍ତି ଙ୍କୁ ହୃଦଘାତ ହେଲେ ତୁରନ୍ତ ସିପିଆର ବା କାର୍ଡିଓପଲମୋନାରୀ ରେସୁସିଟେସନ ପଦ୍ଧତି ରେ ଯେଭଳି ତୁରନ୍ତ ଚିକିତ୍ସା କରାଯାଇ ଜୀବନ ରକ୍ଷା କରା ଯାଇ ପାରିବ ସେ ସମ୍ପର୍କରେ ଏକ ପ୍ରଶିକ୍ଷଣ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପରାମର୍ଶ କ୍ରମେ ହାର୍ଟ ମେଟ ଫାଉଣ୍ଡେସନ ପକ୍ଷରୁ ଏହାର ଆୟୋଜନ କରାଯାଇ ବରିଷ୍ଠ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପୋଲିସ ଅଧିକାରୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା।ହୃଦ ଚିକିତ୍ସକ ଡା ଋଷିକାନ୍ତ ମହାନ୍ତ ଏହି ତାଲିମ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜିକା ଗାୟତ୍ରୀ କର ଏହାର ବର୍ଣ୍ଣନା ଓ ସୁଶୀଲ ଓ ବିଶ୍ବଜିତ ଦୁଇ ସହାୟକ ପ୍ରାକ୍ଟିକାଲ ତାଲିମ ରେ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!