ଓଡିଶା ଖବର

ରାଜ୍ୟରେ ୨୫୦୦ ଗୃହରକ୍ଷୀ ପଦବୀ ସୃଷ୍ଟି: ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: (AKN NEWS): ଯୁବବର୍ଗକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବଢିଲା ଗୃହରକ୍ଷର ପଦବୀ ସଂଖ୍ୟା । ରାଜ୍ୟରେ ୨୫୦୦ ନୂଆ ଗୃହରକ୍ଷୀ ପଦବୀ ସଂଖ୍ୟା ସ୍ୟୃଷ୍ଟଇ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ପଦବୀ ଗୁଡିକୁ ପୂରଣ ମଧ୍ୟ କରାଯିବ ।ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ରହିଥିବା ବେଳେ ଆଜି ନୂଆ ପଦବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା ଆଉ ୨୫୦୦କୁ ବୃଦ୍ଧି ହୋଇଛି । ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦, ୧୭୫କୁ ବୃଦ୍ଧି ହୋଇଛି ।ସୂଚନାଯୋଗ୍ୟ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୁଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ରାଜ୍ୟ ପୁଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା

କରିଛନ୍ତି।

 ସମୀର ରଞ୍ଜନ ନାୟକ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!