ଓଡିଶା ଖବର
ରାସ୍ତାର ଦୟନୀୟ ପରିସ୍ଥିତି ଦେଖି କଲେଜ ଛାତ୍ର ଛାତ୍ରୀଙ୍କ ରାସ୍ତା ରୋକ l ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ ପରେ ଗମନାଗମନ ସ୍ୱାଭାବିକ ।

(AKN NEWS): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ମୋଟେର ମୁଖ୍ୟ ରାସ୍ତା ଅବରୋଧ l ମିଳିଥିବା ସୂଚନାରୁ ପ୍ରକାଶ ଯେ ମତୁଆଲାଗୁଡା ପି. ଡବ୍ଲୁ. ଡି ରାସ୍ତା ଠାରୁ ଅରେବେଡା ରାସ୍ତା କେନାଲ ପୋଲ ଭାଙ୍ଗି ଯାଇଥିବା ସହ ରାସ୍ତା ଭାଙ୍ଗି ଖାଲ ଖମା ଗର୍ତ୍ତ ସୃଷ୍ଟି ହୋଇଛି ଯାହାରୀ ଫଳରେ ଯାତାୟତ ପାଇଁ ବହୁତ ଅସୁବିଧା ସମୁଖୀନ ହେବାକୁ ପଡୁଛି ପତିତପାବନ ମହାବିଦ୍ୟାଳୟ ଅରେବେଡା ର ଛାତ୍ର ଛାତ୍ରୀ ମୋଟେର ମୁଖୀଗୁଡା ରାସ୍ତା ଅବରୋଧ କରିଥିଲେ । ଖବର ପାଇ କଲମପୁର ପୋଲିସ ଶିବସଙ୍କର ମହାନ୍ତି , କୁଟ୍ରୁ ଫାଣ୍ଡି ଅଧିକାରୀ. ଅସିତ କୁମାର ପଣ୍ଡା ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ , ସ୍ଥାନୀୟ ରଣମାଲ ସରପଞ୍ଚ ପ୍ରତିନିଧି ସୁଧୀର କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ରାସ୍ତାର ଅସ୍ଥାୟୀ ମରାମତି ର ପ୍ରତିଶୃତି ଦେବା ଫଳରେ ରାସ୍ତାରୁ ଓହରି ଗମନାଗମନ ର ସ୍ୱାଭାବିକ ହୋଇଥିଲା ।
କଳାହାଣ୍ଡି ଜିଲ୍ଲା ରୁ ଟଙ୍କ ଧର ବିହାରୀ ଙ୍କ ରିପୋଟ akn new


