ଲଳିତ କୁମାର ସ୍ବାଇଁଙ୍କୁ ଯୁଗ ଗାଳ୍ପିକ ସମ୍ମାନ

କୃଷ୍ଣପ୍ରସାଦ
ପୁରୀ ଜିଲ୍ଲା(AKN NEWS):କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମ ର କଥାକାର ଲଳିତ କୁମାର ସ୍ୱାଇଁ ଙ୍କୁ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ବ୍ରହ୍ମପୁର ତରଫରୁ ଯୁବ ଗାଳ୍ପିକ ସମ୍ମାନ ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶାର ବିଶିଷ୍ଟ କଥାକାର ଡ଼. କବିତା ବାରିକ, ମୁଖ୍ୟବକ୍ତା ଡ଼. ସ୍ମୃତି ପଟ୍ଟନାୟକ, ସମ୍ମାନିତ ବକ୍ତା ସୁକାନ୍ତି ରାଉତ, ରବି ରଥ, ଅନୁଷ୍ଠାନ ର ସମ୍ପାଦକ ଭାଗିରଥି ବେହେରା, ଜୟନ୍ତୀ ବେହେରା, ସଭାପତି ରାଜେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ସ୍ବାଇଁ ଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଗଳ୍ପ ଗଞ୍ଜାମ ପତ୍ରିକାର ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ଏହି ଉତ୍ସବରେ ଲଳିତଙ୍କ ଗଳ୍ପ ବେଶ ଆଦୃତି ଲାଭ କରିଥିଲା। ସୂଚନା ଥାଉକି ଶ୍ରୀଯୁକ୍ତ ସ୍ୱାଇଁଙ୍କର ଅଦ୍ୟାବଧି ୪ ଗୋଟି ଗଳ୍ପ ପୁସ୍ତକ ସମେତ ଦଶ ଗୋଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ତାଙ୍କର ଗଳ୍ପ ଗୁଡିକ ଓଡ଼ିଶାର ପ୍ରତିଷ୍ଠିତ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଆସୁଛି।ତାଙ୍କର ଏହି ସାରସ୍ୱତ ଯାତ୍ରା ପାଇଁ ଓଡ଼ିଶାର ଅନେକ ଅନୁଷ୍ଠାନରୁ ସେ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି। ତତ୍ ସହିତ ସେ ଓଡିଶାର ଜଣାଶୁଣା ପତ୍ରିକା ଏଇ ସହକାର ର ସମ୍ପାଦନା କରି ଆସୁଛନ୍ତି। ଏହା ପାରିକୁଦ ଅଞ୍ଚଳ ପାଇଁ ନିଶ୍ଚିତ ଗୌରବ ର ବିଷୟ।
ବ୍ୟୁରୋ ରିପୋର୍ଟ AKN NEWS


