ଓଡିଶା ଖବର

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ୩କୋର୍ଟ ଚାଲାଣ l 

ଜୁନାଗଡ଼(AKN NEWS): -ଗତ ୧୦/୪/୨୪ଦିନ ଭବାନୀପାଟଣା ଏକ୍ସିସ ବେଙ୍କ ର ସୁଶାନ୍ତ କୁମାର ନାଏକ ନାମକ ଏକ କର୍ମଚାରୀ ଏବଂ ତାଙ୍କ ସହକର୍ମୀ ଲୋନ ଟଙ୍କା କଲେକ୍ସନ ପାଇଁ ଜୁନାଗଡ଼ ବ୍ଲକ ର ନlନ୍ଦୋଲ, କେନ୍ଦୁପlଟି ଅଂଚଳ କୁ ଯାଇଥିଲେ l ଅପରାହ୍ନ ୪ଟା ସମୟ ରେ ଲୋନ ଟଙ୍କା ସଂଗ୍ରହ ଫେରୁଥିବା ବେଳେ ତଲ ଜାରିଙ୍ଗ ରେଲୱେ ଅଣ୍ଡର ବ୍ରିଜ ନିକଟରେ ୭ଜଣ ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ, ମାଡ଼ ମାରିବା ସହ ସଂଗ୍ରହ କରିଥିବା ୧ଲକ୍ଷ୍ୟ ୮୬ହଜାର ଟଙ୍କା ଲୁଟ କରି ନେଇଯାଇ ଥିଲେ l ଏନେଇ ସୁଶାନ୍ତ ନାଏକ ଜୁନାଗଡ଼ ଥାନା କୁ ଆସି ଲିଖିତ ଅଭିଯୋଗ କରିଥିଲେ l ଏ ସଂକ୍ରାନ୍ତ ରେ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ l ଶୁକ୍ରବାର ଦିନ ଜୁନାଗଡ଼ ଥାନା ଅଧିକାରୀ ନିଜ ଟିମ ସହ ୩ ଜଣ ଲୁଟେରା କୁ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ l ଗିରଫ ଲୁଟେରା ଙ୍କ ଠାରୁ ଗୋଟିଏ ଗ୍ଲେମର ବାଇକ, ୩ଗୋଟି ମୋବାଇଲ ଫୋନ ଏବଂ ୬୫ହଜାର ଟଙ୍କା ଯବଦ କରିବା ସହ ୩ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Kishan Sharma AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!